ମୋହନାରେ ମହୁମାଛି ଆତଙ୍କ, ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ

Published By : Prameya-News7 Bureau | May 12, 2024 IST

ମୋହନା ୧୨/୫: ବାଘୁଆ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଆହତ । ଗଜପତି ଜିଲ୍ଲା ମୋହନା ଥାନା ଛତାବରୀ ନିକଟରେ ମହୁମାଛି ଆତଙ୍କ । ଗୋଟିଏ ପରିବାରର ୫ ଜଣ କାରରେ ଗୋଳାବନ୍ଧରୁ ବିବାହ ପ୍ରସ୍ତାବ ନେଇ ମୋହନା ଆସୁଥିଲେ । ଛତାବରୀ ନିଟକରେ ଗଛ ମୂଳରେ କାର ରଖି ବାହାରକୁ ବାହାରିଥିଲେ ।

ଅଚାନକ ଗଛ ଉପରେ ଥିବା ବାଘୁଆ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲେ । ପ୍ରାଣ ବିକଳରେ ସମସ୍ତେ କାର ଭିତରକୁ ପଶିଯାଇଥିଲେ। ତେବେ ମହୁମାଛି କାର୍‌ ଭିତରେ ପଶି ଆକ୍ରମଣ କରିଥିଲେ । ଆହତ ୫ ଜଣଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.