ଭୋଟ୍ ଦେଲେ ବଣ୍ଡା ଜନଜାତି, କହିଲେ ଅଞ୍ଚଳର ଉନ୍ନତି ପାଇଁ ନେତା ବାଛିଲୁ

Published By : Prameya-News7 Bureau | May 13, 2024 IST

ମାଥିଲି ୧୩ /୫: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବଣ୍ଡା ଜନଜାତି ମଧ୍ୟ ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳୁ ସକାଳୁ ବଣ୍ଡାଘାଟିର ମୁଦୁଲିପଡା ଠାରେ ୩ଟି ବୁଥରେ ଭୋଟ ଦେବାକୁ ପହଞ୍ଚିଯାଇଥିଲେ ବଣ୍ଡା ଅଧିବାସୀ ।ପ୍ରବଳ ଖରାସତ୍ତ୍ବେ ସମସ୍ତେ ଧାଡିରେ ଠିଆ ହୋଇ ଭୋଟ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । 

ଭୋଟ ଦାନ ଜଣେ ନାଗରିକର ମୌଳିକ ଅଧିକାର । ନିଜ ଅଞ୍ଚଳର ଉନ୍ନତି ପାଇଁ ଭୋଟ୍‌ ଦେଇ ନେତା ବାଛିବୁ ବୋଲି କହିଛନ୍ତି ବଣ୍ଡା ଜନଜାତି । ସେହିପରି ବିଧାୟକ ପ୍ରାର୍ଥୀ ଲକ୍ଷ୍ମିପ୍ରୀୟା ନାୟକ ମାଥିଲି ବ୍ଳକ କାଳିଆଗୁଡା ବୁଥରେ ଭୋଟ ଦେଇଥିବା ବେଳେ ଡମ୍ବରୁ ଶିଶା ଖଇରପୁଟ ବ୍ଳକ ଲମତାଗୁଡାରେ ମତଦାନ କରିଛନ୍ତି ।

 

  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.