ଭଞ୍ଜନଗରରେ ଭାରସାମ୍ୟ ହରାଇ ଓଲଟିଲା କାର୍‌, ୨ମୃତ

Published By : Prameya-News7 Bureau | May 12, 2024 IST

ଭଞ୍ଜନଗର ୧୨/୫: ଭଞ୍ଜନଗର ଥାନା ମୁଜାଗଡ ବୁଦୁଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।  ମୃତକ ୨ ଜଣ ହେଲେ ବେଲଗୁଣ୍ଠାର ଶଙ୍କର ବିଷୋୟୀ ଓ ଜିତୁନ ବାଡାଟିଆ । ଦୁର୍ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ଆହତ ମନୋଜ ପ୍ରଧାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ପଠାଇଛି । ସମସ୍ତେ କୌଣସି କାମରେ ଫୁଲବାଣୀ ଯାଇଥିଲେ, ଫେରିବା ବାଟରେ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.