ଧାମନଗରରେ ୩ ପ୍ରାର୍ଥୀ ଭରିଲେ ନାମାଙ୍କନ, ସମର୍ଥକଙ୍କ ଗହଣରେ ଯାଇ ଦାଖଲ କଲେ ପ୍ରାର୍ଥୀପତ୍ର

Published By : Prameya-News7 Bureau | May 13, 2024 IST

ଭଦ୍ରକ ୧୩/୦୫: ସରିଲା ହେଭିୱେଟଙ୍କ ନାମାଙ୍କନ ଦାଖଲ । ଜିଲ୍ଲାର ୫ ବିଧାନସଭା କ୍ଷେତ୍ର ଓ ସାଂସଦ କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସମସ୍ତ ଦଳୀୟ ପ୍ରାର୍ଥୀ । ଅକ୍ଷୟ ତୃତୀୟାରେ ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଏଥର ଅନ୍ୟ ବଳକା ପାର୍ଥି ନାମାଙ୍କନ ଦାଖଲ କରିଛନ୍ତି । 

ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ୩ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଧାମନଗର ନିର୍ଵାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ନାମାଙ୍କନ ଦାଖଲ କରିଛନ୍ତି । ବାପା ସ୍ବର୍ଗତ ବିଷ୍ଣୁ ସେଠି ଙ୍କ ସମାଧି ନିକଟ ରେ ପୁଷ୍ପ ଅର୍ପଣ କରିବା ପରେ ସମର୍ଥକ ଙ୍କ ସହ ଶୋଭାଯାତ୍ରା ରେ ଆସି ନାମାଙ୍କନ ଦାଖଲ କରିଛନ୍ତି । 

ବିଜେଡି ବିଧାୟକ ପ୍ରାର୍ଥୀ ଡକ୍ତର ସଞ୍ଜୟ ଦାସ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବାବା ଆଖଣ୍ଡଳମଣି ଙ୍କ ଆଶୀର୍ବାଦ ନେଇ ଦଳୀୟ ନେତୃତ୍ୱ ଓ ସମର୍ଥକଙ୍କ ସହ ଧୂସୁରି ବଜାରରୁ ବିଶାଳ ଶୋଭଯାତ୍ରା ରେ ଆସିଥିଲେ । ପରେ ରିଟର୍ଣ୍ଣିଂ ଅଫିସର ଙ୍କ ନିକଟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କଂଗ୍ରେସ ବିଧାୟକ ପ୍ରାର୍ଥୀ ରଞ୍ଜନ ବେହେରା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ସାଂସଦ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠି , ଭଦ୍ରକ ବିଧାୟକ ପାର୍ଥି ଅସିତ ପଟନାୟକଙ୍କ ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରୁ ଶୋଭଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଜେଡିର ବାସୁଦେବପୁର ବିଧାୟକ ପାର୍ଥି ବିଷ୍ଣୁ ବ୍ରତ ରାଉତରାୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ବାସୁଦେବପୁର ରୁ ଶୋଭାଯାତ୍ରା ରେ ଆସିଛନ୍ତି । ବରିଷ୍ଠ ନେତା ତଥା ଭଦ୍ରକ ବିଧାୟକ ପାର୍ଥି ପ୍ରଫୁଲ୍ଲ ସାମଲ ଓ ସାଂସଦ ପାର୍ଥି ମଞ୍ଜୁଲତା ମଣ୍ଡଳଙ୍କ ସହ ଅନ୍ୟ ନେତୃତ୍ୱ ମାନେ ଶୋଭଯାତ୍ରାରେ ସାମିଲ ହେବା ସହ ନାମାଙ୍କନ ଦାଖଲ କରିଛନ୍ତି । 

କଂଗ୍ରେସ ସାଂସଦ ପ୍ରାର୍ଥୀ ଅନନ୍ତ ସେଠୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସିଛନ୍ତି । ଜିଲ୍ଲାର ସମସ୍ତ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଶୋଭଯାତ୍ରାରେ ସାମିଲ ହୋଇଛନ୍ତି । 

ନାମାଙ୍କନ ଦାଖଲ ପାଇଁ ଆହୁରି ଗୋଟିଏ ଦିନ ବାକି , କିନ୍ତୁ ବିଜୟ ପାଇଁ ଶୁଭ ଦିନ ଓ ଶୁଭ କାଳ ଦେଖି ନାମାଙ୍କନ କରିଛନ୍ତି ପ୍ରାର୍ଥୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.