ବୁଦା ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, କିଏ ଓ କାହିଁକି ଫିଙ୍ଗିଲା ? ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | May 13, 2024 IST

ଆନନ୍ଦପୁର ୧୩ /୫: ବୁଦା ମୂଳରେ କୁଆଁ କୁଆଁ ହୋଇ କାନ୍ଦୁଥିଲା ନବଜାତ ଶିଶୁକନ୍ୟା । ଦେହସାରା ଗୁଡାଇ ହୋଇ ରହିଥିଲା କାଠି କୁଟା ଆଉ ପତ୍ର । କାନ୍ଦଶୁଣି ଗାଁ ଲୋକ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ପୁଣି ଆନନ୍ଦପୁରରୁ ଆସିଛି ଅଲୋଡା ଶିଶୁ କନ୍ୟାର କାହାଣୀ । ବୁଢୀକୁଦ ଗାଁ ଫରେଷ୍ଟ ବିଟ୍‌ ହାଉସ ନିକଟ ବୁଦା ମୂଳରେ ନବଜାତକର କାନ୍ଦ ଶୁଣିଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧା । ଗାଁ ଲୋକଙ୍କୁ ଜଣାଇବା ପରେ ସମସ୍ତେ ମିଶି ଶିଶୁ କନ୍ୟାକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । 

ତୁରନ୍ତ ଶିଶୁ କନ୍ୟାକୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁ କନ୍ୟାଟି କାହାର, କିଏ ଓ କାହିଁକି ଏମିତି ବୁଦାମୂଳରେ ଫୋପାଡି ଦେଇଛି ? ପୋଲିସ ତନାଘନା ଚଳାଇଥିବାବେଳେ ଜଣେ ମହିଳା ଥାନାକୁ ଆସି ଶିଶୁଟି ତାଙ୍କର ବୋଲି ଦାବି କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.