ନୂଆଦିଲ୍ଲୀ, ୦୭/୧୦: ଶିବସେନା ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏକ ବଡ ପ୍ରଶ୍ନ ଉଠାଇଛନ୍ତି ।

ପଚାରିଛନ୍ତି ଦଳବଦଳ ଭଳି ସାମ୍ବିଧାନିକ ପାପ କରିଥିବା ଏଭଳି ଲୋକଙ୍କୁ ନିର୍ବାଚନ ଚିହ୍ନ ଦିଆଯିବା ଉଚିତ କି?କେବଳ ବିଧାୟକଙ୍କ ସଂଖ୍ୟାକୁ ମାପଦଣ୍ଡର ଆଧାର ଭାବେ ବିବେଚନା କରାଯିବା ଉଚିତ ହେବ କି ନାହିଁ ତା ଉପରେ କୋର୍ଟ ବିଚାର କରିବେ। ଯେତେବେଳେ ଏହି ବିଧାୟକଙ୍କ ବିରୋଧରେ କୋର୍ଟରେ ଅଯୋଗ୍ୟତା ମାମଲାର ବିଚାର ଜାରି ରହିଛି। ତେବେ ଶୁଣାଣି ଅସମାପ୍ତ ରହିବାରୁ ବୁଧବାର) ପୁଣି ଏହି ମାମଲା ଉପରେ ଶୁଣାଣି କରାଯିବ।

ଶିବସେନାର ନାମ ଓ ଚିହ୍ନକୁ ନେଇ ଗତ ୪ ବର୍ଷ ହେଲା ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଭିତରେ ବିବାଦ ଲାଗି ରହିଛି ଏବଂ କୋର୍ଟରେ ମାମଲାର ଶୁଣାଣି ଚାଲିଛି। ୨୦୨୨ରେ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରି କିଛି ବିଧାୟକ ଓ ସାଂସଦଙ୍କୁ ନେଇ ସିନ୍ଦେ ଦଳରୁ ଅଲଗା ହୋଇଯାଇଥିଲେ। ନିଜ ଗୋଷ୍ଠୀରେ ଅଧିକ ସଂଖ୍ୟକ ବିଧାୟକ ରହିଥିବାରୁ ତାଙ୍କ ଦଳ ହିଁ ପ୍ରକୃତ ଶିବସେନା ବୋଲି ସେ ଦାବି କରିଥିଲେ। କିନ୍ତୁ ଉଭୟ ଗୋଷ୍ଠୀରେ ବିବାଦ ଯୋଗୁ ନିର୍ବାଚନ କମିଶନ ଶିବସେନାର ନାମ ଓ ଚିହ୍ନକୁ ଅଚଳ କରିଦେଇଥିଲେ । ପରେ ଉଭୟ ଗୋଷ୍ଠୀଙ୍କୁ ପୃଥକ ନାମ ଓ ଚିହ୍ନ ଦେଇଥିଲେ।

Also Read :- ଦୀର୍ଘ ୪ ବର୍ଷ ପରେ ଭାରତୀୟ ଦଳକୁ ଫେରିଲେ ଭୁବନେଶ୍ବର କୁମାର, ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍ ଘୋଷଣା

୨୦୨୩ ଫେବ୍ରୁଆରୀରେ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି ଦର୍ଶାଇ ନିର୍ବାଚନ କମିଶନ ଦଳର ନାମ ଓ ଚିହ୍ନ ବ୍ୟବହାର କରିବାକୁ ଅନୁ ମତି ଦେଇଥିଲେ। ଯାହାକୁ ବିରୋଧ କରି ଉଦ୍ଧବଙ୍କ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଛି।