ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ଆଇପିଏଲ୍ (IPL) କ୍ରିକେଟରେ ଧମାକା କରୁଥିବା ବିହାରର ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ (Vaibhav Sooryavanshi) ଏବେ ଖବରର ଶିରୋନାମାରେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବୈଭବ ନିକଟରେ, ମାତ୍ର ୨୯ଟି ବଲ୍‌ରେ ୯୭ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିବା ସହ କ୍ରିସ୍ ଗେଲ୍‌ଙ୍କ ସର୍ବାଧିକ ଛକା ମାରିବା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏହି ଅଦ୍ଭୁତ ସଫଳତା ପରେ, ଏତେ କମ୍ ବୟସରେ ତାଙ୍କର ମୋଟ ସମ୍ପତ୍ତି (Net Worth), ଆଇପିଏଲ୍ ଦରମା, ଗାଡ଼ି ଓ ଘରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କୌତୁହଳ ବଢ଼ିବାରେ ଲାଗିଛି। ତେବେ ପ୍ରକୃତରେ ବୈଭବଙ୍କ ସମ୍ପତ୍ତି କେତେ ଆସନ୍ତୁ ଜାଣିବ।

ବୈଭବଙ୍କ ମୋଟ ସମ୍ପତ୍ତି

ବିଭିନ୍ନ ଗଣମାଧ୍ୟମ ଓ ରିପୋର୍ଟ ଅନୁଯାୟୀ, ବୈଭବଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭ରୁ ୧୦ କୋଟି ଟଙ୍କା ମଧ୍ୟରେ ଆକଳନ କରାଯାଇଛି। କ୍ରମାଗତ ଭଲ ପ୍ରଦର୍ଶନ ଯୋଗୁ ବୈଭବଙ୍କୁ ବିଭିନ୍ନ ବ୍ରାଣ୍ଡ୍ ଏଣ୍ଡୋରସମେଣ୍ଟ ଏବଂ ସ୍ପନ୍ସରସିପ୍ ମଧ୍ୟ ବଢ଼ିବାରେ ଲାଗିଛି।

Also Read: କ୍ରିସ୍ ଗେଲଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିଲେ ୧୫ ବର୍ଷର ବୈଭବ ! ଗେଲ୍ କହିଲେ- ଆସିଗଲା ନୂଆ ସିକ୍ସ ମେସିନ୍

ଆଇପିଏଲ୍ ଦରମା ଓ ମ୍ୟାଚ୍ ଫି’

ଆଇପିଏଲ୍ ଚୁକ୍ତି: ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ପ୍ରତି ସିଜନ୍ ପାଇଁ ୧.୧ କୋଟି ଟଙ୍କା ଦେଇ ଦଳରେ ସାମିଲ କରିଥିଲା ଏବଂ ଚଳିତ ସିଜିନ୍ ପାଇଁ ମଧ୍ୟ ରିଟେନ୍ (Retain) ରଖିଛି।

ମ୍ୟାଚ୍ ଫି’: ଚୁକ୍ତି ବ୍ୟତୀତ ପ୍ରତି ଆଇପିଏଲ୍ ମ୍ୟାଚ୍ ଖେଳିବା ପାଇଁ ତାଙ୍କୁ ପ୍ରାୟ ୭.୫ ଲକ୍ଷ ଟଙ୍କା ମିଳିଥାଏ। ଏହାଛଡ଼ା ବିସିସିଆଇ (BCCI)ର ଘରୋଇ ଟୁର୍ଣ୍ଣାମେଣ୍ଟ ଯେପରିକି ରଣଜୀ ଟ୍ରଫି ପାଇଁ ମଧ୍ୟ ସେ ଦୈନିକ ଭାବେ ନିର୍ଦ୍ଧାରିତ ମ୍ୟାଚ୍ ଫି’ ପାଇଥାନ୍ତି।

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଓ ପୈତୃକ ଘର

ମୁମ୍ବାଇରେ ନୂଆ ଘର: ଆଇପିଏଲ୍‌ରେ ମିଳିଥିବା ସଫଳତା ପରେ ବୈଭବ ମୁମ୍ବାଇର ଏକ ପ୍ରମୁଖ ଅଞ୍ଚଳରେ ଗୋଟିଏ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୨.୫ କୋଟିରୁ ୩ କୋଟି ଟଙ୍କା ହେବା ନେଇ କୁହାଯାଉଛି। ଏହି ଘରେ ତାଙ୍କର ଟ୍ରଫି କ୍ୟାବିନେଟ୍ ମଧ୍ୟ ରହିଛି।

ବିହାରର ପୈତୃକ ଘର: ବୈଭବଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ବିହାରର ସମସ୍ତିପୁର ଜିଲ୍ଲାର ତାଜପୁର ଗାଁରେ ନିଜ ପୈତୃକ ଘରୁ। ଏଠାରେ ତାଙ୍କର ଏକ ଦୁଇ ମହଲା ପୈତୃକ ଘର ଅଛି । ଯାହାର ମୂଲ୍ୟ ପ୍ରାୟ ୪୦ରୁ ୬୦ ଲକ୍ଷ ଟଙ୍କା ହେବ। ଏଠାରେ ହିଁ ବୈଭବଙ୍କ ବାପା ତାଙ୍କ ପାଇଁ ପ୍ରାକ୍ଟିସ୍ ନେଟ୍ ତିଆରି କରିଥିଲେ।

Also Read: IPL 2026: କ୍ରିସ୍ ଗେଲଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ, ୧୪ ବର୍ଷ ପରେ ରେକର୍ଡ ଭାଙ୍ଗିଲେ ୧୫ ବର୍ଷୀୟ ଖେଳାଳି

ଗାଡ଼ି ଓ ଅନ୍ୟାନ୍ୟ ପୁରସ୍କାର

IPLରେ ସର୍ବାଧିକ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିବା ପାଇଁ ତାଙ୍କୁ ପ୍ରାୟ ୧୭ ଲକ୍ଷ ଟଙ୍କା ମୂଲ୍ୟର ଏକ ଟାଟା କର୍ଭ ଇଭି ପୁରସ୍କାର ସ୍ୱରୂପ ମିଳିଥିଲା। ଏହା ବାଦ ତାଙ୍କୁ ଉପହାର ସ୍ୱରୂପ ଏକ ଦାମୀ ମର୍ସିଡିଜ୍ କାର୍ ମଧ୍ୟ ମିଳିଥିବା ନେଇ କିଛି ରିପୋର୍ଟରେ କୁହାଯାଇଛି।

ନଗଦ ପୁରସ୍କାର: ଅଣ୍ଡର-୧୯ (U-19) ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତରଫରୁ ତାଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ବିସିସିଆଇ ପକ୍ଷରୁ ୪୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ତେବେ ସମ୍ପତ୍ତି ଯାହାବି ହେଉ ନା କାହିଁକି, ମାତ୍ର ୧୫ ବର୍ଷ ବୟସରେ ଏଭଳି ବ୍ୟାଟିଂ କ୍ଷମତା ଏବଂ ଆର୍ଥିକ ସଫଳତା ବୈଭବଙ୍କୁ ଭାରତୀୟ କ୍ରିକେଟ୍ର ଭବିଷ୍ୟତ ତାରକା ଭାବେ ଗଢ଼ି ତୋଳିଛି।