LIVE TV

Arattaiକୁ ‘ଓଡ଼ିଆ’ରେ କ’ଣ କୁହାଯାଏ? ନିଜେ ପୋଷ୍ଟ କରି ଶ୍ରୀଧର ଭେମ୍ବୁ ଜଣାଇଲେ ବିଭିନ୍ନ ଭାଷାରେ ମାନେ କ’ଣ?

NEWS7
Arattai

ନୂଆଦିଲ୍ଲୀ ୧୧।୧୦: ଗତ କିଛି ସପ୍ତାହ ହେଲା ସ୍ୱଦେଶୀ କମ୍ପାନୀ ‘ଜୋହ’ର ଇନଷ୍ଟାଣ୍ଟ ମ୍ୟାସେଜିଂ ଆପ୍ ଅରଟ୍ଟଇ ଖୁବ୍ ଚର୍ଚ୍ଚା ସାଉଁଟୁଛି। କମ୍ପାନୀର ସିଇଓ ଶ୍ରୀଧର ଭେମ୍ବୁ ନିଜେ ଲୋକଙ୍କୁ ଏହାକୁ ଉପଯୋଗ କରିବାକୁ ଓ ଏହାର ସିକ୍ୟୁରିଟି ଏବଂ ପ୍ରାଇଭେସି ଉପରେ ଭରସା କରିବାକୁ ନିବେଦନ କରୁଛନ୍ତି। ଏଥିରେ ଅନେକ ଲୋକେ ଏହାକୁ ଏବେ ଦେଶୀ ହ୍ୱାଟସ୍ ଆପ ବି କହିବାକୁ ଲାଗିଲେଣି। ହେଲେ ଯେତେବେଳେ ଏହି ଆପ୍ ଲୋକଙ୍କ ସାମ୍ନାକୁ ଆସିଲା ସେବେଠାରୁ ଏହାର ନାମକୁ ନେଇ ଚର୍ଚ୍ଚା ଜାରି ରହିଛି।

ଲୋକଙ୍କ ମନରେ ପ୍ରାୟତଃ ଏହି ପ୍ରଶ୍ନ ଉଠିପାରେ ଯେ ଏହି ନାଁର ଅର୍ଥ କ’ଣ? କେତେକଙ୍କୁ ଏହି ନାମ ଭଲ ଲାଗିଲାନି ଏଣୁ ଏହାକୁ ବଦଳାଇବାକୁ ସୋସିଆଲ ମିଡିଆରେ ପରାମର୍ଶ ବି ଦେଲେ। ତେବେ ଯାହାବି ହେଉ ଏହି ଆପ ର ଫାଉଣ୍ଡର ଶ୍ରୀଧର ଭେମ୍ବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ବିଭିନ୍ନ ଭାରତୀୟ ଭାଷାରେ ‘ଅରଟ୍ଟଇ’ର ଅର୍ଥ ବୁଝାଇ ଦେଇଛନ୍ତି। ତେବେ ପୋଷ୍ଟକୁ ଯିବା ପୂର୍ବରୁ ଏହାକୁ ଓଡ଼ିଆରେ କଣ କୁହାଯାଏ ଆସନ୍ତୁ ଜାଣିବା।

ଅରଟ୍ଟଇକୁ ଓଡ଼ିଆରେ କ’ଣ କୁହାଯାଏ?
ଶ୍ରୀଧର ଭେମ୍ବୁ ୧୧ ଅକ୍ଟୋବର ଶନିବାର ଏକ୍ସ ରେ କରିଥିବା ପୋଷ୍ଟରେ ଏକ ଫଟୋ ଲଗାଇଛନ୍ତି। ଏହି ଫଟୋରେ ଅଲଗା ଅଲଗା ଭାରତୀୟ ଭାଷାରେ ‘ଅରଟ୍ଟଇ’କୁ କଣ କୁହାଯାଏ ସ୍ପଷ୍ଟ ବୁଝେଇ ଦେଇଛନ୍ତି। ଆପଣ ଫଟୋରେ ମଧ୍ୟ ‘ଗପ ସପ’ ଲେଖାଥିବା ଦେଖି ପାରନ୍ତି। ଏହା ସହିତ ସେ କହିଛନ୍ତି ଯେ ଓଡ଼ିଆରେ ଗପ ଶବ୍ଦର ବ୍ୟବହାର ଏହି ଅର୍ଥରେ କରାଯାଏ।

ଅରଟ୍ଟାଇ ଆପର ଫିଚର୍ସ
ମିଟିଂସ୍
ଅରଟ୍ଟଇରେ ଏକ ଖାସ ‘ମିଟିଂ’ ଫିଚର ମିଳୁଛି, ଯାହା ଆପଣଙ୍କୁ ‘ଜୁମ’ ଅଥବା ‘ଗୁଗଲ ମିଟ’ ଭଳି ଭିଡିଓ କନଫରେନସିଂର ସୁବିଧା ଦେଉଛି। ୟୁଜର୍ସ ଆପ ତଳେ ଦିଆଯାଇଥିବା ଡକ୍ସ ଦ୍ୱାରା ତୁରନ୍ତ ମିଟିଂ ଆରମ୍ଭ କରିପାରିବେ ବା କୌଣସି ଚାଲୁଥିବା ମିଟିଂରେ ସାମିଲ ହୋଇ ପାରିବେ ଏପରିକି ଆଗାମୀ ସମୟ ପାଇଁ କଲ ସିଡ୍ୟୁଲ ବି କରିପାରିବେ।

ପକେଟ୍
ପକେଟ୍ ଫିଚରରେ ୟୁଜର୍ସଙ୍କୁ ଏକ ଏପରି ପ୍ରାଇଭେଟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ ଜାଗା ଦେଉଛି ଯେଉଁଠି ସେ ତାଙ୍କ ନୋଟସ୍, ଫଟୋ, ଭିଡିଓ ଏବଂ ରିମାଇଣ୍ଡର ରଖି ପାରିବେ। ଏହି ସ୍ଥାନ ତାଙ୍କ ଚାଟ୍ ହିଷ୍ଟ୍ରିଠାରୁ ସମ୍ପୂର୍ଣ୍ଣ ପୃଥକ ରହୁଛି। ଏହାକୁ ଆପଣ ହ୍ୱାଟସ୍ ଆପ୍ ର ‘ଚାଟ୍ ୱିଥ ୟୋରସେଲଫ’ଫିଚର ମନେ କରିପାରନ୍ତି। କିନ୍ତୁ ଏହାର ଫୋକସ ଖାସ କରି ଆପଣଙ୍କ ପର୍ସନାଲ ଜିନିଷକୁ ସୁରକ୍ଷିତ ଓ ଉଚିତ ଭାବେ ରଖିବା ପାଇଁ ଡିଜାଇନ କରାଯାଇଛି।

ଜିରୋ ଏଡ୍
ଏହି ଆପରେ ୟୁଜର୍ସଙ୍କ ପ୍ରାଇଭେସିକୁ ଧ୍ୟାନ ଦିଆଯାଇଛି। କାରଣ କମ୍ପାନୀର କହିବା କଥା ହେଉଛି ଏଥିରେ କୌଣସି ପ୍ରକାର ବିଜ୍ଞାପନ ଦେଖା ଯାଏ ନାହିଁ। ଏହା ସହିତ କମ୍ପାନୀ ଏହି ପ୍ରତିଶ୍ରୁତି ମଧ୍ୟ ଦେଉଛି ଯେ ୟୁଜର୍ସଙ୍କ ଡାଟାକୁ କୌଣସି ଥାର୍ଡପାର୍ଟି ସହିତ ସେୟାର କରାଯିବ ନାହିଁ।