ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ପାଦ ଥାପିଛି ୧୫ ବର୍ଷରେ । ଗୁରୁବାର ରେଡିଓ ଷ୍ଟେସନ୍ ପରିସରରେ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଇଛି । ୧୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ସମାଜ ପ୍ରତି ସଚେତନତା, ଶୈକ୍ଷିକ ଓ ସୂଚନା ପ୍ରଦାନକାରୀ ମାଧ୍ୟମ ଭାବେ କାର୍ଯ୍ୟଧାରାକୁ ଜାରି ରଖିବା ନେଇ ସୋଆ ରେଡିଓ ପକ୍ଷରୁ କୁହାଯାଇଛି ।

କାର୍ଯ୍ୟକ୍ରମରେ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ଯୋଗ ଦେଇ ରେଡିଓର କାର୍ଯ୍ୟଧାରାକୁ ନେଇ ଏହାର ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଓଡ଼ିଶା କମ୍ୟୁନିଟି ରେଡିଓ ଆସୋସିଏସନ୍‌ର ସଭାପତି ଡକ୍ଟର ଶିଶିର ଦାସ ଯୋଗ ଦେଇ ଯୁବ ସମାଜକୁ ସଚେତନ କରାଇବା ଦିଗରେ ସୋଆ ରେଡିଓ ପ୍ରମୁଖ ଭୂମିକା ନେଉଛି ବୋଲି କହିଥିଲେ ।

Also Read: ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍, କବାଡ଼ି ଓ ବାସ୍କେଟବଲରେ ହେଲେ ଚାମ୍ପିୟନ

ସୋଆ ରେଡିଓକୁ ଆହୁରି ଦାୟିତ୍ୱ ସମ୍ପନ୍ନ ଓ ସଚେତନାମୂଳକ କରାଇବା ଦିଗରେ କାର୍ଯ୍ୟଧାରା ଜାରି ରହିବ ବୋଲି କାର୍ଯ୍ୟକ୍ରମ ଅବସରରେ ସୋଆ କମ୍ୟୁନିଟି ରେଡ଼ିଓର ଇନ୍‌ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଥିଲେ । କାର୍ଯ୍ୟକ୍ରମରେ  ସୋଆର ପ୍ରଫେସର ମଧୁବ୍ରତା ମହାନ୍ତି, କମ୍ୟୁନିଟି ରେଡିଓର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

​​​​​​​