କେନ୍ଦ୍ରାପଡ଼ା ୮।୭: ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । ରେଞ୍ଜରଙ୍କ ୪ଟି ଠିକଣାରେ ଚାଲିଛି ରେଡ୍ ।

କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୪ ଠିକଣାରେ ଚାଲିଛି ଛାନଭିନ୍ । କଟକ ଜିଲ୍ଲା ମୁଣ୍ଡଳି ନିକଟରେ ଏକ ଚାରି ମହଲା ବିଲ୍ଡିଂ, ବାଙ୍କୀ ସାହାଡ଼ାପଡ଼ା ସ୍ଥିତ ପୈତୃକ ଘର, ଅଫିସ୍, କେନ୍ଦ୍ରାପଡ଼ା ସ୍ଥିତ ଭଡ଼ା ଘରେ ଏକାସହ ଚାଲିଛି ରେଡ୍ । କେନ୍ଦ୍ରାପଡ଼ାର ବଡମଙ୍ଗଳା ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଚଢାଉ କରାଯାଇଛି l

Also Read:- ୨ ଲକ୍ଷ ଟଙ୍କା ଲା଼ଞ୍ଚ ନେଉଥିଲେ ଖଣି ଉପ ନିର୍ଦ୍ଦେଶକ : ମାଡ଼ି ବସିଲା ଭିଜିଲାନ୍ସ

ଚଢାଉରେ ୫ ଜଣ DSP, ୯ ଜଣ ଇନ୍ସପେକ୍ଟର, ୫ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ତେବେ ରେଡ୍ ବେଳେ କେନ୍ଦ୍ରାପଡା ଅଫିସ୍ ଓ କ୍ଵାର୍ଟରରେ ରବୀନ୍ଦ୍ର ନାୟକ ଅନୁପସ୍ଥିତ ଥିଲେ l ଭିଜିଲାନ୍ସର ୫ ଜଣିଆ ଟିମ୍ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସାଙ୍ଗରେ ନେଇ ଯାଇଥିବା ଜଣାପଡ଼ିଛି l