କେନ୍ଦ୍ରାପଡ଼ା ୨୪।୭: ଜମିଜମା ସଂକ୍ରାନ୍ତୀୟ କାମ କରି ଦେବା ପାଇଁ ମାଗିଥିଲେ ଲାଞ୍ଚ । ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ସହକାରୀ ରାଜସ୍ୱ ନିରୀକ୍ଷକ l କେନ୍ଦ୍ରାପଡା ଜିଲ୍ଲା କାଉପଡା ରାଜସ୍ୱ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ ସାଇ ଦର୍ଶିନୀ ଲେଙ୍କା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

Also Read:- ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳା, ପହଣ୍ଡି ବିଜେ ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି

ସୁଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଜମି ମ୍ୟୁଟେସନ ପାଇଁ ୫ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ସଂପୃକ୍ତ ବ୍ୟକ୍ତି । ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଟକ ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ସହ ସାଇ ଦର୍ଶିନୀ ଲେଙ୍କାଙ୍କୁ କାବୁ କରିଥିଲା l ତାଙ୍କୁ କେନ୍ଦ୍ରାପଡା ସ୍ଥିତ ଭିଜିଲାନ୍ସ ଡିଏସପିଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚରା ଚାଲିଥିବା ବେଳେ ଗରାପୁର ସ୍ଥିତ ତାଙ୍କ ଭଡାଘର ଓ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ l