ଭୁବନେଶ୍ୱର ୩୧।୦୮ : ରାଜ୍ୟରେ ଦୀର୍ଘ ଦୁଇ ମାସ ହେବ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋପ୍ରତି ୮୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଭୁବନେଶ୍ୱର ସହର ସମେତ ଉପକଣ୍ଠ ଗ୍ରାମାଞ୍ଚଳଗୁଡ଼ିକରେ ସାଧାରଣ ଲୋକଙ୍କ ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି।

ତେବେ ୟୁନିଟ୍-୧ ହାଟରେ ବାଇଗଣ ଓ ଭେଣ୍ଡି ୬୦-୮୦ ଟଙ୍କା, କାଙ୍କଡ଼ ୧୦୦ ଟଙ୍କା, ପୋଟଳ ୮୦ ଟଙ୍କା ଏବଂ ବିନ୍ସ ୧୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଲିଅନ୍ତା ଅଞ୍ଚଳର ବାଲିଅନ୍ତା, ବଇଁଚୁଆ, ବେଣୁପୁର, ସରକଣା ଓ ଚାଳକାଟି ପରି ସାପ୍ତାହିକ ହାଟଗୁଡ଼ିକରେ ଦର ଆହୁରି ଅନିୟନ୍ତ୍ରିତ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ବିନ୍ସ ୨୫୦ ଟଙ୍କା, କାଙ୍କଡ଼ ଓ କଞ୍ଚାଲଙ୍କା ୨୦୦ ଟଙ୍କା ଏବଂ ରସୁଣ କିଲୋ ୩୦୦ ଟଙ୍କା ଛୁଇଁଛି। ଲଗାତାର ଲଘୁଚାପ, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସ୍ଥାନୀୟ ଚାଷ ନଷ୍ଟ ହୋଇଯାଇଛି। ବେପାରୀମାନେ ବାହାର ରାଜ୍ୟରୁ ଆସୁଥିବା ଆମଦାନୀ ପରିବା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି।

Watch Video:-