ନୂଆଦିଲ୍ଲୀ: ଗାଁର ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ନୂଆ ରୋଜଗାର ଯୋଜନା VB-G RAM Gରେ କାମ ଚାହୁଁଥିବା ପରିବାର ସଂଖ୍ୟା ବଢ଼ିଛି। ଜୁଲାଇ ୧, ୨୦୨୬ରୁ ଏହି ଯୋଜନା MGNREGA ବଦଳରେ ଆରମ୍ଭ ହୋଇଥିଲା ।ସେପ୍ଟେମ୍ବର ୨୦୨୬ରେ ପ୍ରାୟ ୧ କୋଟି ୫୬ ଲକ୍ଷ ପରିବାର ଏହି ଯୋଜନାରେ କାମ କାମ ଖୋଜୁଥୁବା ବେଳେ । ଗତ ବର୍ଷ ସେପ୍ଟେମ୍ବର ତୁଳନାରେ ଏହା ପ୍ରାୟ ୩୪ ପ୍ରତିଶତ ଅଧିକ।

ଅଗଷ୍ଟ ମାସରେ ପ୍ରାୟ ୧ କୋଟି ୨୪ ଲକ୍ଷ ପରିବାର କାମ ଚାହିଁଥିଲେ । ଅର୍ଥାତ୍, ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ କାମ ଚାହୁଁଥିବା ପରିବାର ସଂଖ୍ୟା ପ୍ରାୟ ୨୬ ପ୍ରତିଶତ ବଢ଼ିଛି। ବିଶେଷଜ୍ଞମାନେ କହିଛନ୍ତି, ଏହାର ଏକ କାରଣ ହୋଇପାରେ ଅସମାନ ବର୍ଷା। ଦେଶର କେତେକ ପଶ୍ଚିମ ଓ ଦକ୍ଷିଣ ରାଜ୍ୟରେ ବର୍ଷା ଠିକ୍ ଭାବେ ନହେବାରୁ ଚାଷ କାମ କମିଛି। ଏଥିପାଇଁ ଲୋକମାନେ ସରକାରୀ ଯୋଜନାରେ କାମ ଖୋଜୁଥିବା ସମ୍ଭାବନା ରହିଛି। ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଚାଷ କାମ କମିଥିବାରୁ ଏହାର ପ୍ରଭାବ ରୋଜଗାର ଉପରେ ପଡ଼ିଥାଇପାରେ।

ସୂତ୍ରମାନଙ୍କ ଅନୁସାରେ, ନୂଆ ଯୋଜନା ଧୀରେ ଧୀରେ ଠିକ୍ ଭାବେ ଚାଲିବା ଆରମ୍ଭ କରିବା ମଧ୍ୟ କାମ ଚାହିଦା ବଢ଼ିବାର ଏକ କାରଣ ହୋଇପାରେ।ସେପ୍ଟେମ୍ବରରେ ଏହି ଯୋଜନା ମାଧ୍ୟମରେ ପ୍ରାୟ ୮.୬୫ କୋଟି ଦିନର କାମ ଦିଆଯାଇଛି। ତେବେ ଗତ ବର୍ଷ ସେପ୍ଟେମ୍ବରରେ MGNREGA ମାଧ୍ୟମରେ ପ୍ରାୟ ୧୧.୯୯ କୋଟି ଦିନର କାମ ଦିଆଯାଇଥିଲା।

 

also read - ଆମେରିକା ସହ ବାଣିଜ୍ୟ ସମ୍ପର୍କ ନେଇ ଅନିଶ୍ଚିତତା ନେଇ ଚିନ୍ତା ପ୍ରକଟ କଲା ଅର୍ଥମନ୍ତ୍ରଣାଳୟ; ବଢ଼ିଲା ବାହ୍ୟ ଆର୍ଥିକ ଚ୍ୟାଲେଞ୍ଜ

ଅର୍ଥାତ୍, ଏଥର କାମ ଚାହୁଁଥିବା ପରିବାର ବଢ଼ିଥିଲେ ମଧ୍ୟ ଦିଆଯାଇଥିବା ମୋଟ କାମ ଗତ ବର୍ଷ ତୁଳନାରେ କମ୍ ରହିଛି।ଆଗାମୀ ମାସଗୁଡ଼ିକରେ ଏହି ଯୋଜନାରେ କେତେ ଲୋକ କାମ ପାଉଛନ୍ତି ଏବଂ କେତେ କାମ ସୃଷ୍ଟି ହେଉଛି, ତାହା ଉପରେ ନଜର ରହିବ।