ନୂଆଦିଲ୍ଲୀ,୧୨|୦୭: ପ୍ରଥମେ ରାଷ୍ଟ୍ରୀୟ ଗାନ ନା ରାଷ୍ଟ୍ରୀୟ ଗୀତ । ସମାରୋହ କିମ୍ବା ଉତ୍ସବରେ ପ୍ରଥମେ କଣ ଗାଇବେ ଭାରତୀୟ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏସମସ୍ତ ପ୍ରଶ୍ନ ଉପରେ ସ୍ପଷ୍ଟତା ପ୍ରଦାନ କରିଛନ୍ତି । ପ୍ରଥମେ ରାଷ୍ଟ୍ରଗୀତ ଏବଂ ପରେ ରାଷ୍ଟ୍ରଗାନ ବୋଲାଯିବ ବା ବାଜିବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି । ଭାରତର ରାଷ୍ଟ୍ରଗୀତ ହେଉଛି ବନ୍ଦେ ମାତରମ ଏବଂ ଜନଗଣ ମନ ହେଉଛି ରାଷ୍ଟ୍ରୀୟ ଗାନ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଦେଶ ଜାରି କରି କହିଛନ୍ତି ଯେ, ରାଷ୍ଟ୍ରୀୟ ଗୀତ କିମ୍ବା ରାଷ୍ଟ୍ରଗାନ ସମୟରେ ସମସ୍ତ ନିୟମ କାନୁନ ପାଳନ କରିବା ଦରକାର । ଏସବୁକୁ ସଠିକ୍ ଭାବେ ବୋଲିବା ଆବଶ୍ୟକ । ଉଚ୍ଚାରଣ ଶୁଦ୍ଧ ହେବା ଜରୁରୀ । ଏନେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିବା ସହ ନିୟମକୁ ଦୋହରାଇଛନ୍ତି ।

Also Read :-ରାଜଧାନୀରେ ଅନ୍ଧ ପ୍ରେମର କଳା କାହାଣୀ ! ରାତିରେ ସାଥୀ ହୋଇ ରହିଲେ, ଦିନରେ ଗାଏବ ହୋଇଗଲେ

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, କିଛି ରାଜ୍ୟରେ ରାଷ୍ଟ୍ରୀୟ ଗୀତ ଏବଂ ରାଷ୍ଟ୍ରୀୟ ଗାନ ସହ ରାଜ୍ୟ ସଙ୍ଗୀତ ଗାନ କରାଯାଏ । ଯଦି କୌଣସି ରାଜ୍ୟଗୀତ ଗାନ ହୁଏ କିମ୍ବା ବଜାଯାଏ ତାହାଲେ ରାଷ୍ଟ୍ରଗାନ ଏବଂ ଗୀତ ସହ ଏହାକୁ ଲୋକେ ଗାଇ ପାରିବେ । ଏହି ସମୟରେ ପ୍ରଥମେ ରାଷ୍ଟ୍ରଗୀତ ଏବଂ ପରେ ରାଷ୍ଟ୍ରଗାନ ହେବ ।

ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, କେଉଁ ସବୁ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରୀୟ ଗାନ ଏବଂ ରାଷ୍ଟ୍ରୀୟ ଗୀତ ଗାନ ହେବ ତାହାର ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ଏହାର ସଠିକ ଲିପି ଏବଂ ଶବ୍ଦକୁ ଗାଇବା ସହ ସ୍ପଷ୍ଟ ଉଚ୍ଚାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମାକୁ କଡାକ଼ଡି ଭାବେ ପାଳନ କରିବାକୁ ମଧ୍ୟ କୁହାଯାଇଛି ।