Vaibhav suryavanshi Reacord: ରାଜସ୍ଥାନ ରୟାଲ୍ସ (RR)ର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଫର୍ମ ଆଇପିଏଲ୍ ୨୦୨୬ରେ ମଧ୍ୟ ଜାରି ରହିଛି। ରବିବାର (ମେ ୧୭) ଦିଲ୍ଲୀ କ୍ୟାପିଟାଲ୍ସ (DC) ବିପକ୍ଷରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ, ବୈଭବ ୨୧ ବଲରୁ ୪୬ ରନ୍ କରିଥିଲେ, ଯେଉଁଥିରେ ପାଞ୍ଚଟି ଚୌକା ଏବଂ ତିନୋଟି ଛକା ସାମିଲ ଥିଲା।

ରାଜସ୍ଥାନ ରୟାଲ୍ସ (Rajasthan Royals) ପକ୍ଷରୁ ଖେଳୁଥିବା ଏହି ବିସ୍ଫୋରକ ବ୍ୟାଟର ଏଭଳି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳି କରିପାରି ନଥିଲେ। ଗୋଟିଏ ଆଇପିଏଲ୍ ସିଜନରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି ସୂର୍ଯ୍ୟବଂଶୀ। ଚଳିତ IPL ସିଜିନରେ ସେ ଏପର୍ଯ୍ୟନ୍ତ ୪୩ ଟି ଛକା ମାରିଛନ୍ତି। ଏହି ରେକର୍ଡରେ ସେ ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ଏହା ପୂର୍ବରୁ ଅଭିଷେକ ୨୦୨୪ ସିଜିନରେ ୪୨ଟି ଛକା ମାରିଥିଲେ।

ଗୋଟିଏ ଆଇପିଏଲ୍ ସିଜନରେ ସର୍ବାଧିକ ଛକା ମାରିଥିବା ଭାରତୀୟ

  • ୪୩*- ବୈଭବ ସୂର୍ଯ୍ୟବଂଶୀ (୨୦୨୬)
  • ୪୨- ଅଭିଷେକ ଶର୍ମା (୨୦୨୪)
  • ୩୯- ଶ୍ରେୟସ ଆୟର (୨୦୨୫)
  • ୩୮- ବିରାଟ କୋହଲି (୨୦୧୬)
  • ୩୮- ବିରାଟ କୋହଲି (୨୦୨୪)
  • ୩୮- ସୂର୍ଯ୍ୟକୁମାର ଯାଦବ (୨୦୨୫)

ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚ୍ରେ ତାଙ୍କର ପ୍ରଥମ ବଲ୍ରେ ଛକା ମାରିଥିଲେ। ସେ ଲୁଙ୍ଗି ଏନଗିଡିଙ୍କ ବଲ୍ରେ ଏହି ଛକ୍କା ମାରିଥିଲେ। ଏହି ସିଜିନରେ ଏହା ତୃତୀୟ ଥର ଭାବେ ବୈଭବ ଇନିଂସର ପ୍ରଥମ ବଲ୍ରେ ଛକା ମାରିଛନ୍ତି। ବୈଭବଙ୍କ ବ୍ୟତୀତ, କେବଳ ଶାହରୁଖ ଖାନ, ସୁନୀଲ ନାରିନ ଏବଂ ଦେବଦତ୍ତ ପାଡିକ୍କଲ ଆଇପିଏଲ୍ ସିଜିନରେ ୩ ଥର ପ୍ରଥମ ବଲରେ ଛକା ମାରିବାର ସଫଳତା ହାସଲ କରିଛନ୍ତି।

ଆଇପିଏଲ୍ ସିଜନରେ ତିନି ଥର ପ୍ରଥମ ବଲରୁ ଚକା ମାରିଥିବା ବ୍ୟାଟର

ଶାହାରୁଖ ଖାନ (ପଞ୍ଜାବ କିଙ୍ଗସ୍), ୨୦୨୩
ସୁନୀଲ ନାରିନ (କୋଲକାତା ନାଇଟ୍ ରାଇଡର୍ସ) ୨୦୨୫
ଦେବଦତ୍ତ ପାଡିକଲ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର), ୨୦୨୬
ବୈଭବ ସୂର୍ଯ୍ୟବଂଶୀ (ରାଜସ୍ଥାନ ରୟାଲ୍ସ), ୨୦୨୬

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ ଆଇପିଏଲରେ ୧୨ଟି ମ୍ୟାଚ୍ ଖେଳି ୪୦.୫୦ ହାରରେ ୪୮୬ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଗୋଟିଏ ଶତକ ଏବଂ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୪.୭୮। ଚଳିତ ସିଜିନରେ ସେ ୪୩ଟି ଚୌକା ଏବଂ ୪୩ଟି ଛକା ମାରିଛନ୍ତି।