ନୂଆଦିଲ୍ଲୀ,|୦୬:ଶ୍ରୀଲଙ୍କା-ଏ ବିପକ୍ଷ ଫାଇନାଲରେ ଚାଲିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ।୨୯ବଲରୁ ସେ କରିଛନ୍ତି୯୪ରନ୍ । ସବୁ ଶ୍ରୀଲଙ୍କା ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ପୂର୍ବ ମୁକାବିଲାରେ ପଡିଆରେ ଘଟିଥିବା ହାତାହାତିରବ୍ୟାଟରେଜବାବ ଦେଇଛନ୍ତି । ମ୍ୟାଚ୍ ଆରମ୍ଭରୁ ବୈଭବ ଏପରି ବ୍ୟାଚିଂ କରିଥିଲେ ଯେ, ସମସ୍ତେ ଚକିତ ହୋଇଯାଇଥିଲେ । ସେ କେବଳ ଛକା ଏବଂ ଚଉକାରେଡିଲ୍ କରିଥିଲେ । ତେବେ ତାଙ୍କର ଏହି ଇନିଂସ ଭାରତ-ଏକୁ ଜିତାଇବା ସହ ତ୍ରିରାଷ୍ଟ୍ରୀୟ ସିରିଜରେ ଚାମ୍ପିଅନ୍ ମଧ୍ୟ କରିଛି ।

ଦମଦାର ଇନିଂସ ଖେଳିଥିବା ବୈଭବ ମ୍ୟାଚ୍ ପରେ କହିଛନ୍ତି ଯେ, ସେ କେମିତି ବ୍ୟାଟିଂ କରିବେ କେତେ ସ୍କୋର କରିବେ ସେ ସବୁ କିଛି ଚିନ୍ତା କରିନଥିଲେ । କେମିତି ବଡ ସ୍କୋର କରିବେ ଏବଂ ବିପକ୍ଷ ବୋଲରଙ୍କୁ ପ୍ରହାର କରିବେ କେବେଳ ସେ କଥା ଭାବୁଥିଲେ । ପ୍ରଥମ ଦଶ ଓଭରରେ ଦ୍ରୁତ ରନ୍ ସଂଗ୍ରହ କରି ଶ୍ରୀଲଙ୍କା ବୋଲରଙ୍କୁ ଚାପରେ ପକାଇବାନେଇ ପ୍ରଥମେ ରଣନୀତି ରହିଥିଲା ।

ସେ ଆହୁରି କହିଛନ୍ତି ଯେ, ମ୍ୟାଚରେ ସେ କୌଣସି ଚାପର ବଶବର୍ତ୍ତୀ ହୋଇନଥିଲେ । ପୂର୍ବରୁ ସେ ଯାହା ଭାବୁଥିଲେ ସେପରି ରନ୍ କରିନଥିଲେ । ତେଣୁ ଏଥର ଦଳକୁ ଜିତାଇବା କଥା କେବଳ ଚିନ୍ତା କରୁଥିଲେ । କୋଚଙ୍କ ବାବଦରେ ଏନେଇ କଥା ହୋଇଥିଲେ । ଏବେ ତାଙ୍କୁ୫୦ଓଭର ବିଶିଷ୍ଟ ମ୍ୟାଚ୍ ଭଲ ଲାଗୁଛି । ସେ ଏହାର ଆନନ୍ଦ ନେଉଛନ୍ତି । ପୂର୍ବରୁ ସେ ଅନେକ ଓଡିଆଇ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଲୋକେ ଏବାବଦରେ ଖୁବ୍ କମ୍ ଜାଣିଛନ୍ତି ।

Also Read :-IND A vs SL A: ବୈଭବଙ୍କ ବିଶାଳ ଇନିଂସ ବଳରେ ତ୍ରିକୋଣୀୟ ସିରିଜ୍ ଜିତିଲା ଭାରତ, ଶ୍ରୀଲଙ୍କାକୁ ୬୬ ରନରେ କଲା ପରାସ୍ତ

ବୈଭବଙ୍କ୯୪ରନର ପାଳିକୁ ନେଇ ଭାରତ-ଏ ଦଳର ଅଧିନାୟକ ତିଲକ ବର୍ମା କହିଛନ୍ତି ଯେ, ସମସ୍ତେ ଭଲ ପ୍ରଦର୍ଶନ କରିଛନ୍ତି । ବିଜୟରେ ସମସ୍ତଙ୍କର ଭୂମିକା ରହିଛି । ପ୍ରଥମେ ସେମାନେ ଲଗାତର ପରାସ୍ତ ହୋଇଥିଲେ । କିନ୍ତୁ ବଡ ମୁକାବିଲାରେ ବିଜୟୀ ହୋଇଛନ୍ତି । ସବୁ ଖେଳାଳି ଘରୋଇ ମୁକାବିଲା ଖେଳିଛନ୍ତି । ବୈଭବଙ୍କ ବ୍ୟାଟିଂ ଦଳ ପାଇଁ ମଜବୁତ ସ୍କୋର ଠିଆ କରିବାରେ ସାହାଯ୍ୟ କରିଥିଲା । ତେବେ ବୋଲର ଆଉ ଟିକେ ପ୍ରଭାବୀ ପ୍ରଦର୍ଶନ କରିପାରିଥାନ୍ତେ ବୋଲି ତିଲକ କହିଛନ୍ତି ।