Vaibhav Sooryavanshi 5 Records: ଶୁକ୍ରବାର IPL 2026ର କ୍ୱାଲିଫାୟର-୨ ମୁକାବିଲା ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଆଜି ପୁଣି ଷ୍ଟାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ କରିବାରେ ବିଫଳ ହୋଇଛନ୍ତି। ଓପନର ବୈଭବ ୪୭ ବଲରେ ୮ ଚୌକା ଏବଂ ୭ ଛକା ସହାୟତାରେ ୯୬ ରନ୍ କରିଥିଲେ। ୧୫ ବର୍ଷୀୟ ବୈଭବ ମାତ୍ର ୪ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଶତକ ହାସଲ କରି ନପାରିଥିଲେ ବି ଆଜିର ମ୍ୟାଚ୍ ବିସ୍ଫୋରକ ଇନିଂସ ଖେଳି ୫ ରେକର୍ଡ କରିଛନ୍ତି ବୈଭବ। ସେହି ରେକର୍ଡଗୁଡ଼ିକ ଆସନ୍ତୁ ଜାଣିବା

ଆଇପିଏଲରେ ସବୁଠାରୁ ଦ୍ରୁତ ୧୦୦୦ ରନ୍ ପୂରଣ କରିବା ରେକର୍ଡ

୪୪୦ ବଲ୍ - ବୈଭବ ସୂର୍ଯ୍ୟବଂଶୀ
୫୪୫ ବଲ୍ - ଆନ୍ଦ୍ରେ ରସେଲ
୫୬୦ ବଲ୍ - ଟିମ୍ ଡେଭିଡ୍
୫୭୫ ବଲ୍ - ଟ୍ରାଭିସ୍ ହେଡ୍
୫୭୫ ବଲ୍ - ଫିଲ୍ ସଲ୍ଟ
୫୯୪ ବଲ୍ - ହେନରିଚ୍ କ୍ଲାସେନ୍
୬୦୪ ବଲ୍ - ବୀରେନ୍ଦ୍ର ସେହୱାଗ

ଗୋଟିଏ IPL ସିଜିନରେ ୧-୬ ଓଭର (ପାୱାରପ୍ଲେ) ରେ ସର୍ବାଧିକ ରନ୍

୫୨୧* ରନ୍ – ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ (ଷ୍ଟ୍ରାଇକ୍ ରେଟ୍: ୨୩୩.୬୩)
୪୬୭ ରନ୍ – ୨୦୧୬ରେ ଡେଭିଡ୍ ୱାର୍ନର (ଷ୍ଟ୍ରାଇକ୍ ରେଟ୍: ୧୫୦.୧୬)
୪୦୨ ରନ୍ – ୨୦୨୪ରେ ଟ୍ରାଭିସ୍ ହେଡ୍ (ଷ୍ଟ୍ରାଇକ୍ ରେଟ୍: ୨୦୮.୨୯)
୪୦୨ ରନ୍ – ୨୦୨୫ରେ ସାଇ ସୁଦର୍ଶନ (ଷ୍ଟ୍ରାଇକ୍ ରେଟ୍: ୧୫୫.୮୧)
୩୮୨ ରନ୍ – ୨୦୦୯ରେ ଆଡାମ ଗିଲକ୍ରିଷ୍ଟ (ଷ୍ଟ୍ରାଇକ୍ ରେଟ୍: ୧୬୫.୩୬)

IPL ପ୍ଲେଅଫରେ ଏକାଧିକ ୫୦ ରନ୍ କରିଥିବା ଆରଆର ବ୍ୟାଟର

୨ - ଜୋସ୍ ବଟଲର୍ (୨୦୨୨)
୨ - ଧ୍ରୁଭ ଜୁରେଲ (୨୦୨୪ ଏବଂ ୨୦୨୬)
୨ - ବୈଭବ ସୁର୍ଯ୍ୟବଂଶୀ (୨୦୨୬)

ଦ୍ରୁତତମ ୧୦୦୦ IPL ରନ୍ (ଇନିଂସ ହିସାବରେ)

୨୧ ଇନିଂସ - ଶନ୍ ମାର୍ଶ
୨୩ ଇନିଂସ - ଲେଣ୍ଡଲ ସିମନ୍ସ
୨୩ ଇନିଂସ - ବୈଭବ ସୂର୍ଯ୍ୟବଂଶୀ
୨୪ ଇନିଂସ - ଡିଭନ୍ କନୱେ
୨୫ ଇନିଂସ - ମାଥ୍ୟୁ ହେଡେନ
୨୫ ଇନିଂସ - ସାଇ ସୁଦର୍ଶନ

IPLରେ ୭୦୦ ରନ କରିଥିବା ସବୁଠାରୁ କମ ବୟସର ବ୍ୟାଟର

ବୈଭବ ଆଇପିଏଲ ଇତିହାସରେ ୭୦୦ ରନ ସ୍କୋର କରିବାରେ କିମ୍ବା ଅତିକ୍ରମ କରିବାରେ ସବୁଠାରୁ ଯୁବ ବ୍ୟାଟର ହୋଇଛନ୍ତି। ସେ ଚଳିତ ସିଜିନରେ ୭୭୬ ରନ କରି ଅରେଞ୍ଜ କ୍ୟାପ ଅଧିକାରୀ ହୋଇଛନ୍ତି। ସେ ୧୬ ମ୍ୟାଚରେ ୭୭୬ ରନ ସଂଗ୍ରହ କରି ସାଇ ସୁଦର୍ଶନଙ୍କ ରେକର୍ଡ ଭାଙ୍ଗିଛନ୍ତି। ବୈଭବ ମାତ୍ର ୧୫ ବର୍ଷ ୬୩ ଦିନ ବୟସରେ ୭୦୦ ରନ ସ୍କୋର ପାର କରିଥିଲେ। ସେହିପରି ଯଦି ସାଇଦ ସୁଦର୍ଶନଙ୍କ କଥା ଦେଖିବା ଗତ ସିଜିନରେ (୨୦୨୫) ମାତ୍ର ୨୩ ବର୍ଷ ୨୨୭ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ।