ନ୍ୟୁୟର୍କ,୧୦/୦୮ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୫ ସୂତ୍ରୀ ଗାଜା ଶାନ୍ତି ଯୋଜନାକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଅଗ୍ରାହ୍ଯ କରିଦେଇଛନ୍ତି। ହମାସ ସମ୍ପୂର୍ଣ୍ଣ ନିପାତ ନ ହେବା ପର୍ଯ୍ୟନ୍ତ ଗାଜାରୁ ଇସ୍ରାଏଲୀ ସୈନ୍ୟ ହଟିବେ ନାହିଁ ବୋଲି ସେ ରୋକଠୋକ୍ କହିଛନ୍ତି। ନେତନ୍ୟାହୁ କହିଛନ୍ତି,ଗାଜାରୁ ହମାସର ସମ୍ପୂର୍ଣ ମୂଳୋତ୍ପାଟନ ହେବା ନେଇ ଆମେ ଚାହୁଁଛୁ। କେବଳ ଉପର ଠାଉରିଆ ଭାବେ ସଙ୍ଗଠନକୁ ଦୁର୍ବଳ କରିଦେବା ନେଇ କହିଦେଲେ ଚଳିବ ନାହିଁ।

Also Read :- ଋଷରେ ୟୁକ୍ରେନର ଭୟଙ୍କର ଆକ୍ରମଣ : ଆପାର୍ଟମେଣ୍ଟରେ ଡ୍ରୋନ୍ ଆଟାକ୍, ୬ ମୃତ

ରିପୋର୍ଟ ଅନୁସାରେ,ଏହି ପ୍ରସଙ୍ଗରେ ଆମେରିକା ସହିତ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କର ଆଲୋଚନା ଜାରି ରହିଛିIଟ୍ରମ୍ପ୍ ପ୍ରଶାସନର କିଛି ଯୋଜନାକୁ ନେତନ୍ୟାହୁ ପସନ୍ଦ କରୁଛନ୍ତି। ଆଉ କିଛି ଯୋଜନାକୁ ନେଇ ସେ ଆଦୌ ସହମତ ନାହାନ୍ତି। ସେହିଭଳି ଗାଜା କିମ୍ବା ୱେଷ୍ଟବ୍ୟାଙ୍କରେ କୌଣସି ପାଲେଷ୍ଟିନୀୟ ଦେଶ ଗଠନ ହୋଇପାରିବ ନାହିଁ ବୋଲି ନେତନ୍ଯାହୁ ହୁଙ୍କାର ଦେଇଛନ୍ତି । ରବିବାର ସେ କହିଛନ୍ତି,ମୁଁ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଏହା ଆଦୌ ହୋଇପାରିବ ନାହିଁ ।

ଅଲ୍ ଜଜିରା ରିପୋର୍ଟ ମୁତାବକ,ଗତ ସପ୍ତାହରେ ଆମେରିକା ନେତୃତ୍ୱାଧୀନବୋର୍ଡ ଅଫ ପିସର ନିର୍ଦ୍ଦେଶକ ନିକୋଲେ ମାନଦେନୋଭ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ବୈଠକ ବସିଥିଲା । ଏହାପରେ ବୋର୍ଡ କହିଥିଲା କି ହମାସର ଅସ୍ତ୍ରଶସ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ଜବତ କରା ନ ଯିବା ପର୍ଯ୍ୟନ୍ତ ଗାଜାରୁ ଇସ୍ରାଏଲୀ ସୈନ୍ୟ ହଟିବେ ନାହିଁ ।

ଏହା ପୂର୍ବରୁ ଟ୍ରମ୍ପ୍ କହିଥିଲେ କି ଯୁଦ୍ଧ ଶେଷ ପାଇଁ ଉଦ୍ଦିଷ୍ଟ ତାଙ୍କ ଯୋଜନାକୁ ନେଇ ବଡ଼ ସଫଳତା ମିଳିଛି। ଏଥିଲାଗି ଗତବର୍ଷ ଇସ୍ରାଏଲ ଏବଂ ହମାସ ସହମତି ପ୍ରକାଶ କରିଥିଲେ। ଯୁଦ୍ଧବିରତିରୁ ଏହାର ଶୁଭାରମ୍ଭ ହୋଇଥିଲା। ଯୁଦ୍ଧବିରତି ସତ୍ତ୍ୱେ ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲର ସେନା ଗାଜା ଉପରେ ଆକ୍ରମଣ ଜାରି ରଖିଥିଲା। ଏବେବି ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଜାରି ରହିଛି ।