ନୂଆଦିଲ୍ଲୀ, New Bajaj Pulsar 150: ବାଜାଜ ଅଟୋ ଭାରତରେ ପଲସର-୧୫୦ର ଏକ ଅପଡେଟ୍ ସଂସ୍କରଣ ଲଞ୍ଚ କରିଛି। ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧.୦୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହି ନୂଆ ଅପଡେଟ୍ ମଡେଲ୍ରେ ସଫ୍ଟ କସମେଟିକ୍ ଚେଞ୍ଜେସ୍, ଅର୍ଥାତ ଏହାର ରୂପରେଖରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିରେ ମଡର୍ଣ୍ଣ ଲାଇଟିଂ ଅପଗ୍ରେଡ୍ କରାଯାଇଥିବା ବେଳେ ମେକାନିକାଲ ସେଟଅପ୍ କିନ୍ତୁ ପୂର୍ବ ଭଳି ଅପରିବର୍ତ୍ତିତ ରହିଛି।

ପଲସର ୧୫୦ ନୂଆ ମଡେଲ୍ର ମୁଖ୍ୟ ଅପଡେଟ୍ ହେଉଛି ଏଥିରେ ଦିଆଯାଇଥିବା ଏଲଇଡି ଟର୍ନ ଇଣ୍ଡିକେଟର ଓ ଏଲଇଡି ହେଡଲାଇଟ୍। ପ୍ରଥମ ଥର ପାଇଁ ବାଜାଜର ପୁରୁଣା, କ୍ଲାସିକ୍ ପଲସର ଲାଇନଅପ୍ର ଏକ ମୋଟରସାଇକେଲରେ ଏହି ଏଲ୍ଇଡି ହେଡଲାଇଟ୍ ଦିଆଯାଇଛି। ପୂର୍ବରୁ ଏହି ଫଚର୍ସ ଏନ୍-ସିରିଜ୍ ଭଳି ନୂଆ ପିଢ଼ିର ମଡେଲରେ ଦିଆଯାଉଥିଲା। ଏହି ଅପଡେଟ୍ ମୁଖ୍ୟ ଉଦ୍ଦେଶ୍ୟ ହେଲା ଭିଜିବିଲିଟ ଉନ୍ନତ କରିବା ଓ ଏହାର ଲୋକପ୍ରିୟ ପରିଚୟକୁ ଅପରିବର୍ତ୍ତିତ ରଖି ମଡର୍ଣ୍ଣ ଲୁକ୍ ଦେବା।

ଲାଇଟିଂରେ ପରିବର୍ତ୍ତନ କରିବା ସହିତ ଗ୍ରାଫିକ୍ସରେ ସାମାନ୍ୟ ସଂଶୋଧନ କରି କିଛି ନୂଆ କଲର ଅପସନ ସହ ପଲସର ୧୫୦କୁ ଲଞ୍ଚ କରାଯାଇଛି। ଯାହା ଦେଖିବାକୁ ଆକର୍ଷଣୀୟ ଲାଗୁଛି। ଅପଡେଟ୍ ପଲସର 220F ମଡେଲ୍ ପରେ ଏଥିରେ ବି କଲର ପ୍ୟାଲେଟରେ ଗ୍ରୀନ ସହିତ ଅରେଞ୍ଜ ହାଇଲାଇଟ୍ ଅପସନ ରହିଛି। ଏଥିସହିତ ବ୍ଲୁ, ବ୍ରାଉନ ଏବଂ ରେଡ୍ କଲର ସହ, ପ୍ରତ୍ୟେକଟି ବାଇକ୍କୁ କଳା ଆକ୍ସେଣ୍ଟ ସହ ଯୋଡା ହୋଇଛି। ଏହି ଅପଡେଟ୍ ସତ୍ତ୍ୱେ, ଓଭରହଲ ସିଲୁଏଟ୍, ପେଟ୍ରୋଲି ଟାଙ୍କିର ଡିଜାଇନ୍ ଏବଂ ସ୍ଥାନରେ କୌଣସି ରିବର୍ତ୍ତିନ କରାଯାଇ ନାହିଁ। ତାହା ପୂର୍ବପରି ରହିଛି। ଯାହାଫଳରେ ପଲସର ୧୫୦ କ୍ଲାସିକ ଲୁକ୍ ବଜାୟ ରହିଛି।

ମେକାନିକାଲ ପରିବର୍ତ୍ତନ ହୋଇନି

ନୂଆ ଭ୍ୟାରିଏଣ୍ଟରେ କୌଣସି ମେକାନିକାଲ ବା ଯାନ୍ତ୍ରିକ ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବପରି Pulsar 150 ମଧ୍ୟ ସମାନ ୧୪୯.୫ସିସି ସିଙ୍ଗଲ୍-ସିଲିଣ୍ଡର, ଏୟାର-କୁଲ୍ଡ ଇଞ୍ଜିନ୍ ଦ୍ୱାରା ପରିଚାଳିତ।, ଏହା ୧୩.୮ବିଏଚପି ଏବଂ ୧୩.୪ଏନଏମ୍ ଟର୍କ ଉତ୍ପାଦନ କରେ। ଏହାର ମୋଟର ୫-ସ୍ପିଡ୍ ଗିଅରବକ୍ସ ସହିତ ଯୋଡା ଯାଇଛି। ଚେସିସ୍, ସସପେନସନ୍ ଏବଂ ବ୍ରେକିଂ ହାର୍ଡୱେର୍ ମଧ୍ୟ ଅପରିବର୍ତ୍ତିତ ରହିଛି। ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫର୍କ, ଟ୍ୱିନ୍ ଗ୍ୟାସ୍-ଚାର୍ଜଡ୍ ରିଅର୍ ସକ୍ ଅବଜର୍ବର ଏବଂ ଭାରିଆଣ୍ଟ ଅନୁସାରେ ଡିସ୍କ କିମ୍ବା ଡ୍ରମ୍ ବ୍ରେକ୍ ବିକଳ୍ପ ଦିଆଯାଇଛି।

ବାଇକର ମୂଲ୍ୟଓ ନୂଆ ଫିଚର୍ସ

ବେସ୍ ପଲସର ୧୫୦ ସିଙ୍ଗଲ୍ ଡିସ୍କ ଭାରିଆଣ୍ଟର ମୂଲ୍ୟ ୧.୦୯ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ଏବଂ ଟପ୍-ଏଣ୍ଡ ଭାରିଆଣ୍ଟ (ଟ୍ୱିନ୍ ଡିସ୍କ)ର ମୂଲ୍ୟ ୧.୧୫ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍)ରଖାଯାଇଛି। ଇକୁପମେଣ୍ଟ ଏବଂ ଫିଚର୍ସ ଦେଖିଲେ ନୂଆ Pulsar 150 ମଡେଲ୍ରେ Pulsar N150 ଓ N160 ମଡେଲ ପରି ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି। ଏହି ଡିସ୍ପ୍ଲେରେ ଗୁରୁତ୍ୱପୂର୍ଣ୍ଣ ରାଇଡ ଡାଟା, ଯଥା ଗିୟର ପୋଜିସନ ଇଣ୍ଡିକେଟର, ରିୟଲ-ଟାଇମ ଓ ଆଭେରଜେ ଫୁଏଲ ଏଫିସିଏନ୍ସି,ଡିସଷ୍ଟାନ୍ସ ଟୁ ଏମ୍ପିଟ ଓ ଡିଜିଟାଲ କ୍ଲକ୍ ଶୋ କରିବ। ତେବେ ନିର୍ଦ୍ଦିଷ୍ଟ ଭ୍ୟାରିଏଣ୍ଟରେ ବାଜାଜ ରାଇଡ୍ କନେକ୍ଟ ଆପ୍(Bajaj Ride Connect app) ମାଧ୍ୟମରେ ବ୍ଲୁଟୁଥ କନେକ୍ଟିଭିଟି ଦିାଯାଇଛି। ଯେଉଁଥିରେ କଲ ସହ ନୋଟିଫିକେସନ ଆଲର୍ଟ ମଧ୍ୟ ଦେଖାଇବ।