ସମ୍ଭଲ: ଅଢେଇ ଅକ୍ଷର ପ୍ରେମ । ଯାହାର ନାହିଁ କୌଣସି ସୀମା । ଏମିତି ଏକ ପ୍ରେମ କାହାଣୀ ଯାହା ଅନେକ ପାଇଁ ଉଦାହରଣ । ଦୁଇଟି ସନ୍ତାନର ମାଆ, ତାଙ୍କଠାରୁ ୨୦ ବର୍ଷ ସାନ ଜଣେ ପୁରୁଷଙ୍କ ପ୍ରେମରେ ପଡିଗଲେ । ଧୀରେ ଧୀରେ ନୂଆ ଟ୍ରାକ ଚାଲିଲା ଉଭୟଙ୍କ ପ୍ରେମ କାହାଣୀ । ଦିନକୁ ଦିନ ଯୁବକଙ୍କ ପ୍ରତି ତାଙ୍କର ପ୍ରେମକୁ ଗଭୀର ହେବାରେ ଲାଗିଲା । ଆଉ ସଂପର୍କକୁ ସ୍ୱିକୃତୀ ଦେବାକୁ ମହିଳା ନେଲେ ଦୁଃସାହାସିକ ପଦକ୍ଷେପ । ଯାହା ଅନେକଙ୍କୁ କରିଛି ଆଶ୍ଚର୍ଯ୍ୟ ।

ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ସମ୍ଭଲରେ । ଯେଉଁଠି ଜଣେ ମା, କମ୍ ବୟସର ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇ ତାଙ୍କ ଦୁଇ ଝିଅଙ୍କୁ ତାଙ୍କ ସହିତ ମୋରାଦାବାଦର ଛଜଲେଟ୍ ସ୍ଥିତ ତାଙ୍କ ଘରକୁ ନେଇଥିଲେ । ଯେଉଁଠାରେ ସେମାନେ ବିବାହ କରିଥିଲେ । କାହାଣୀଟି ପରେ ନୂଆ ମୋଡ଼ ନେଇଥିଲା । ଯେତେବେଳେ ତାଙ୍କ ସ୍ୱାମୀ ଖୋଜି ଖୋଜି ଜାଣିବାକୁ ପାଇଥିଲେ କି, ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ନାମର ସିନ୍ଦୂର ପିନ୍ଧିଛନ୍ତି ।

କଣ କହୁଛନ୍ତି ପରିବାର?

ପରିସ୍ଥିତି ଜାଣିବା ପରେ, ତାଙ୍କ ସ୍ୱାମୀ ଓ ଶାଶୁ ତାଙ୍କୁ ଘରକୁ ଫେରିବାକୁ ବହୁତ ବୁଝାଇଥିଲେ । ସତ ଚେଷ୍ଟା କରିବା ପରେ ସେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ । ସ୍ୱାମୀ ଓ ପରିବାର ସହ ଯିବାକୁ ମନା କରିଥିଲେ ମହିଳା ଜଣଙ୍କ । ମହିଳାଙ୍କର ଦୁଇଟି ଝିଅ ଅଛନ୍ତି । ଯେଉଁମାନଙ୍କର ବୟସ ୧୬ ଓ ୧୩ ହେବ । ପିଲାମାନେ ଏବେ ତାଙ୍କ ସହିତ ଛଜଲେଟ ରହୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବିବାହ ପରେ, ମହିଳାଙ୍କ ଠାରୁ ସାତ ସାନ ତାଙ୍କ ସ୍ୱାମୀ ମହିଳାଙ୍କୁ ଘରକୁ ନେବା ସହ ତାଙ୍କ ପିଲାମାନଙ୍କୁ ମଧ୍ୟ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯାହା ତାଙ୍କ ସ୍ୱାମୀ, ଶାଶୁ ଓ ପୋଲିସକୁ ଆଶ୍ଚର୍ଯ୍ୟ କରିଥିଲା।

Also Read...ସାଙ୍ଗର ଭଉଣୀକୁ ପ୍ରେମ କରୁଥିଲା ଯୁବକ, ମାନିଲେନି ପରିବାର ଲୋକେ, କୂଅରୁ ମିଳିଲା ମୃତଦେହ

ଥାନାରେ ମୁହାଁମୁହିଁ:​​​​​​​

ରିପୋର୍ଟ ଅନୁଯାୟୀ, ଘଟଣାକୁ ନେଇ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଥାନାରେ ଦେଖିବାକୁ ମିଳିଥିଲା ବିବାଦୀୟ ପରିସ୍ଥିତି । ଶେଷରେ, ମହିଳାଙ୍କ ପରିବାର ସମ୍ଭାଲରେ ପହଞ୍ଚିଲେ । ତଥାପି କାହାକୁ କଥା ନ ଶୁଣି ତାଙ୍କ ପ୍ରେମିକଙ୍କ ସହିତ ରହିବା ନିଷ୍ପତ୍ତିରେ ଅଟଳ ଥିଲେ । ଶେଷରେ ବାଧ୍ୟ ହୋଇ ତାଙ୍କ ସ୍ୱାମୀ ଓ ଶାଶୂ ଘରକୁ ଫେରି ଆସିଲେ । ତେବେ ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।