ବାଲିଗୁଡ଼ା ୦୪।୦୭ : ଅଜଣା ଗାଡି ନେଇଗଲା ୩ ଜୀବନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ବ୍ରିଜ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ଜୀବନ ଚାଲିଯାଇଛି ।

ଖବର ଅନୁଯାୟୀ, ତିନି ଜଣ ବାଲିଗୁଡ଼ା ଥାନା ମହାସିଙ୍ଗି ବ୍ରିଜ ନିକଟରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଯାହାଫଳରେ ତିନି ଜଣ ଯାକ ଗାଡ଼ିରୁ ଛିଟକି ପଡିଥିଲା । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ସେତେବେଳକୁ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବାକି ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ୨ ଜଣଙ୍କର ଜୀବନ ଚାଲିଯାଇଛି ।

Also Read:-ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ନିଷ୍ପତ୍ତି - PrameyaNews7

ଅନ୍ୟପଟେ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିଲେ । ଗୁରୁତର ଥିବା ତିନି ଜଣ କ୍ୟାମେରାମ୍ୟାନ ଭାବେ ଘରୋଇ ଟିଭି ଚ୍ୟାନେଲରେ କାମ କରୁଥିଲେ । ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି ।