ଭୋପାଳ, ୨୮/୦୯ :ଜବରଦଖଲ ହଟାଇବା ସମୟରେ ଜୋରଦାର ବିରୋଧ । ପୋଲିସକୁ କରାଗଲା ପଥର ମାଡ଼ । ପୋଲିସ ମଧ୍ୟ ଲୁହା ବୁହା ଗ୍ୟାସ୍ ପ୍ରୟୋଗ କଲା । କିଛି ଏମିତି ଦେଖିବାକୁ ମିଳିଛି ଏକ ମସଜିଦର ଉଚ୍ଛେଦ ସମୟରେ ।

ରିପୋର୍ଟ ଅନୁସାରେ, ଉଜ୍ଜୈନର ଅବଦାଲପୁରରେ ରହିଛି ଏକ ମସଜିଦ । ଏହାର ଏକ ଅଂଶ ବେଆଇନ ଭାବେ ତିଆରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଶୁକ୍ରବାର ଏହାକୁ ହଟାଇବା ପାଇଁ ଅଧିକାରୀ ପହଁଚିଥିଲେ । ଏହି ସମୟରେ କିନ୍ତୁ ସେମାନଙ୍କୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗୋଟିଏ ଗୋଷ୍ଠୀର ଲୋକେ ମସଜିଦ ହଟାଇବାକୁ ନେଇ ଜିଦ୍ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରି ଉଚ୍ଛେଦ ପାଇଁ ଆସିଥିବା ଟିମକୁ ଆକ୍ରମଣ କରିଥିଲେ ।

Also Read :- ଭୂଶୁଡିଲା ସେୟାର ବଜାର : ୭୫୦ ପଏଣ୍ଟ ଖସିଲା ସେନସେକ୍ସ, ଟେନସନରେ ନିବେଶକ

ଗତ ଦୁଇ ଦିନ ଧରି ମସଜିଦ ଉଚ୍ଛେଦ ପ୍ରସଙ୍ଗରେ ସ୍ଥାନୀୟ ଲୋକେ ଏବଂ ମୁସଲିମ ସମାଜ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ମୁସଲିମ ସମାଜ ପକ୍ଷରୁ ମସଜିଦ ବାହାରେ ବିରୋଧ ପ୍ରଦର୍ଶନ କରାଯାଉଛି । ରବିବାର ବିଳମ୍ବିତ ରାତ୍ରରେ ପୋଲିସ ଜେସିବି ଧରି ଘଟଣାସ୍ଥଳରେ ପହଁଚିଥିଲା । ଏହି ସମୟରେ କିଛି ବ୍ୟକ୍ତି ପୋଲିସ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ ।

ସ୍ଥିତିକୁ ନଜରରେ ରଖି ପ୍ରାୟ୨୦୦୦ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ମସଜିଦର୫୦୦ମିଟର ପରିଧିରେ ସମସ୍ତ ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗିଛି । ତେବେ ବିରୋଧ ପ୍ରଦର୍ଶନରେ ମୁସଲିମ ମହିଳାମାନେ ଆଗରେ ଥିବା ଦେଖିବାକୁ ମିଳିଛି । ସୋମବାର ସକାଳେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କିଛି ବ୍ୟକ୍ତି ପୋଲିସ ଉପରେ ପଥର ମାଡ଼ କରିଥିଲେ । ଜବାବରେ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

ସୂଚନାଯୋଗ୍ୟ, ଅବଦାଲପୁର କଠାଲ ଛକରେ ରାସ୍ତା ଚଉଡା କାମ ଚାଲିଛି । ରାସ୍ତା ଚଉଡା କରିବା ପ୍ଲାନ୍ ମଧ୍ୟରେ୭ଟି ଧାର୍ମିକ ସ୍ଥଳୀ ରହିଛି । ଏଥିରୁ ଅଧିକାଂଶ ଆପୋଷ ବୁଝାମଣାରେ ଭଙ୍ଗା ଯାଇଛି । ଏକ ହନୁମାନ ମନ୍ଦିର ମଧ୍ୟ ଭଙ୍ଗା ଯାଇଛି । କିନ୍ତୁ ସାହି ମସଜିଦକୁ ନେଇ ବିବାଦ ଦେଖାଦେଇଥିଲା । ମୁସଲିମ ସାମଜ ପକ୍ଷରୁ ଏହାକୁ ଉଚ୍ଛେଦ ନ କରିବାକୁ କୁହାଯାଇଥିଲା । ଯାହା ପରେ ଉତ୍ତେଜନା ବଢିଥିଲା ।