ଭୁବନେଶ୍ୱର ୦୫।୦୯ : ଗୁରୁ ଦିବସରେ ଆନ୍ଦୋଳନରତ ଶିକ୍ଷାକମାନଙ୍କୁ ଭେଟିଲେ ମନ୍ତ୍ରୀ । ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ୨୧ ଦିନ ହେଲା ବିଦ୍ୟାଳୟ ଛାଡି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗାନ୍ଧି ମାର୍ଗରେ ପହଞ୍ଚିଛନ୍ତି । ତାଙ୍କ ସହ ବିଧାୟକ ଆଶ୍ରିତ ପଟ୍ଟନାୟକ ଅଛନ୍ତି । ଆନ୍ଦୋଳନରତ ଶିକ୍ଷକମାନଙ୍କ ସହ ଆଲୋଚନା କରୁଛନ୍ତି ।

ଆନ୍ଦୋଳନରତ ଗୁରୁମାନଙ୍କୁ ଭେଟିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଖୁବ କମ୍ ସମୟରେ ସମସ୍ୟାର ସମାଧାନ ହେବ । ଶିକ୍ଷକ ଆନ୍ଦୋଳନକୁ ନେଇ କମିଟି ରିପୋର୍ଟ ସରକାରଙ୍କ ହସ୍ତକ୍ଷେପ ହୋଇସାରିଛି । ୮ ଶହ ପୃଷ୍ଠାର ୭୯ ରିପୋର୍ଟ ଆମର ହସ୍ତଗତ ହୋଇଛି । ଖୁବ କମ୍ ସମୟ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏକ ପ୍ରତିନିଧି ମଣ୍ଡଳୀ ଆସି ଆମ ସହ ଆଲୋଚନା କରନ୍ତୁ । ଆମେ ପ୍ରତିନିଧି ମଣ୍ଡଳୀ ସହ ବିସ୍ତୃତ ଭାବେ ଆଲୋଚନା କରିବୁ ।

Also Read:-ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ କେବେ ନିଷ୍ପତ୍ତି ନେବ BCCI ? ସାମ୍ନାକୁ ଆସିଲା ବଡ଼ ତାରିଖ

ସେହିପରି ଆଇନମନ୍ତ୍ରୀ କହିଛନ୍ତି ଯେ, କମିଟିର ରିପୋର୍ଟର ତର୍ଜମା କରି ସରକାର ନିଷ୍ପତ୍ତି ନେବେ । ରିପୋର୍ଟର ତଜର୍ମା ନ କରି ସରକାର ନିଷ୍ପତ୍ତି ନେଇ ପାରିବେନି । ଆପଣମାନେ ବିଶ୍ବାସକୁ ନେଇ ଆନ୍ଦୋଳନ ବନ୍ଦ କରି ଘରକୁ ଫେରନ୍ତୁ । ସମସ୍ୟା ପ୍ରାୟ ୨୦ ବର୍ଷର, ସରକାର ସମ୍ବେଦନଶୀଳ ଅଛନ୍ତି । ତେଣୁ ନିଷ୍ପତ୍ତି ଖୁବଶୀଘ୍ର ହେବ ।