ଭୁବନେଶ୍ବର: ଗାଧୋଇବାକୁ ଯାଇ କୁଆଖାଇ ନଦୀରେ ବୁଡ଼ି ଗଲେ ଦୁଇ ସାଙ୍ଗ। ବାଲିଅନ୍ତା ଇନ୍ଦ୍ରପାଳ ସାଇ ମନ୍ଦିର ନିକଟରେ ଘଟିଛି ଅଘଟଣ। ଭାସିଯାଇଥିବା ଦୁଇ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି।

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଚାରି ସାଙ୍ଗ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧୋଇବା ବେଳେ ୨ ସାଙ୍ଗ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଏନେଇ ଅନ୍ୟ ସାଙ୍ଗମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇଁ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଛି।

You Can Also Read: ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଦୁର୍ବୃତ୍ତ, ବର୍ଷା ରାତିରେ ଏମିତି ଜୀବନ ବଞ୍ଚାଇଦେଲା ପୋଲିସ

Updating...