UP Board Result2026ଯଦି ସ୍ୱପ୍ନ ଅଛି, ତେବେ ସାକାର କରିବାକୁ ଉଦ୍ୟମ କରିବାକୁ ପଡ଼ିବ। ଆଉ ଉଦ୍ୟମରତ ମଣିଷ ସଫଳ ହେବା ସୁନିଶ୍ଚିତ। କାରଣ ପ୍ରରିଶ୍ରମ କୌଣସି ବିକ୍ଳପ ନାହିଁ। ଯେପର୍ଯ୍ୟନ୍ତ ନାହିଁ ନାହିଁର ଅଭିଯୋଗ ଆସୁଥିବା ସେ ପର୍ଯ୍ୟନ୍ତ ଆତ୍ମବିଶ୍ୱାସ ଦୁର୍ବଳ ହେଉଥିବ। ହେଲେ ଥରେ ନିଜ ଉପରେ ବିଶ୍ୱାସ ରଖିଲେ ସବୁ ନାହିଁ ନାହିଁରେ ବି ବହୁତ କିଛି ହାସଲ କରି ହେବ। ଏଥର ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷା ୨୦୨୬ ରେଜଲ୍ଟ କିଛି ଏଭଳି କାହାଣୀ ନେଇ ଆସିଛି।

ରାଜ୍ୟର ସୀତାପୁର ଜିଲ୍ଲାରେ କୃଷକଙ୍କର ଦୁଇ ଝିଅ ସ୍କୁଲରେ ଟପ୍ପର ହୋଇଛନ୍ତି। କଶିଷ ବର୍ମା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପ୍ କରିଛନ୍ତି। ସେ ୯୭.୮୩ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଶିଖା ବର୍ମା ଦ୍ୱାଦଶ ପରୀକ୍ଷାରେ ରଖିଛନ୍ତି ୯୭.୬୦ ପ୍ରତିଶତ। ସବୁଠାରୁ ବଡ଼ କଥା ହେଲା ଏମାନେ କୌଣସି ଇଂରାଜୀ ମିଡିୟମ ସ୍କୁଲରେ ପଢ଼ି ନାହାନ୍ତି କି ଏମାନେ କୌଣସି ଘରୋଇ କୋଚିଂ ବି ନେଇ ନାହାନ୍ତି। ଉଭୟଙ୍କ ବାପା କୃଷକ। ଏହି ଛାତ୍ରୀ ଦ୍ୱୟ କଠିନ୍ନ ଅଧ୍ୟବସାୟ ଫଳରେ ଏହି ସଫଳତା ଅର୍ଜନ କରିଛନ୍ତି। କଶିଷ ବର୍ମା ଓ ଶିଖା ବର୍ମା ଉଭୟ ଛାତ୍ରୀ ମହମୁଦାବାଦର ବିଲୌଲି ବଜାରରେ ଥିବା ବାବୁରାମ ସାବିତ୍ରୀ ଦେବୀ ସ୍କୁଲରେ ପାଠପଢ଼ନ୍ତି। ଉଭୟ ସମ୍ପୂର୍ଣ୍ଣ ଗ୍ରାମୀଣ ପୃଷ୍ଠଭୂମିରୁ ଆସିଥିବା ବେଳେ ଉଭୟଙ୍କ ପିତା କୃଷକ।

Also Read- ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଆସିଲା ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା, କହିଲେ- ବିଜୟ ଆଡକୁ ଅଗ୍ରସର ହେଉଛି TMC

ଏହି ଦୁଇ ଛାତ୍ରୀଙ୍କ ସଫଳତା ଏହା ପ୍ରମାଣ କରି ଦେଇଛି ଯେ ବିନା ପ୍ରାଇଭେଟ ଓ ଇଂରାଜୀ ମିଡିୟମ୍ ସ୍କୁଲରେ ଟପ୍ କରି ହେବ। ହେଲେ କଠିନ୍ନ ଅଧ୍ୟାବସାୟ ଓ ନିଷ୍ଠାର ସହ ଉଧ୍ୟମ କରିବା ଜରୁରୀ। କଶିଷ ବର୍ମା ଓ ଶିଖା ବର୍ମା ଉତ୍ତର ପ୍ରଦେଶରେ ପ୍ରେରଣାର କାହାଣୀ ପାଲଟିଛନ୍ତି। ଦୁଇ ଛାତ୍ରାଙ୍କର ଭବିଷ୍ୟତରେ ବଡ଼ ସ୍ୱପ୍ନ ବି ରହିଛି।

ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାସ୍ ହାର

ଚଳିତ ବର୍ଷ ୟୁପି ବୋର୍ଡ ଦଶମ ଶ୍ରେଣୀ ଫଳାଫଳରେ ମୋଟ ପାସ୍ ହାର ୯୦.୧୧ ପ୍ରତିଶତ ରେକର୍ଡ କରାଯାଇଛି। ସେହିପରି ୟୁପି ବୋର୍ଡ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ମୋଟ ପାସ୍ ହାର ୮୧.୧୫ ପ୍ରତିଶତ ରହିଛି। ଏଥର ସମଗ୍ର ଉତ୍ତର ପ୍ରଦେଶରେ ୫୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ହାଇସ୍କୁଲ ପରୀକ୍ଷା ଦେଇଥିଲେ। ଉଭୟ ଶ୍ରେଣୀରେ ଝିଅମାନେ ପୁଣିଥରେ ପୁଅମାନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି। ୟୁପି ଦ୍ୱାଦଶ ଫଳାଫଳରେ ଝିଅମାନେ ଶୀର୍ଷରେ ରହିଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍-୩ରେ ରହିଛନ୍ତି।