ଅନୁଗୋଳ ୨୪।୧୨ : ରାସ୍ତାକଡ଼ରେ ପଡିଛି ଦୁଇ ମୃତଦେହ । ଅନୁଗୋଳ ଲିଙ୍ଗରାକଟା ଗାଁ ଦେଇ ଯାଇଥିବା ନାଲ୍କୋ ପାଇପ ଲାଇନ୍ ରାସ୍ତାକଡ଼ରୁ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ଅନୁଗୋଳ ଲିଙ୍ଗରାକଟା ଗାଁ ନିକଟରେ ଦୁଇ ଜଣଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତକ ଲିଙ୍ଗରାକଟା ଗାଁର ହୋଇଥିବା ବେଳେ ଆଉ ଜଣେ ପାଖ ଗାଁର ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ଛାନ୍‌ କରୁଛି ।