ନ୍ୟୁୟର୍କ,୧୩/୦୮ଦୁର୍ଘଟଣାର ଶିକାର ହେଲା ସେନା ହେଲିକପ୍ଚର । ଜୀବନ ହାରିଲେ ଦୁଇ ପାଇଲଟ୍ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆମେରିକାର ସେଣ୍ଟ୍ରାଲ୍ ଟେକ୍ସାସରେ । ସହର ନିକଟବର୍ତ୍ତୀ ସାଲାଡୋ ଗ୍ରାମରେ ଏହି ଘଟଣା ଘଟିଛି ।

ରିପୋର୍ଟ ଅନୁସାରେ, ବୁଧବାର ସ୍ଥାନୀୟ ପୋଲିସକୁ ସାଲାଡୋ ଗ୍ରାମରୁ କଲ୍ ଆସିଥିଲା । ଫୋନ୍ କଲରେ ଏକ ଆପାଚୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଥିଲା । ଏହାପରେ ପୋଲିସ ସେଠାରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ସେତେବେଳକୁ ଦୁଇ ପାଇଲଟ୍ ପ୍ରାଣ ହରାଇ ସାରିଥିଲେ ।

ଦୁର୍ଘଟଣାର ଶିକାର ହୋଇଥିବା ହେଲିକପ୍ଟରଟି ହେଉଛି ଆପାଚୀ ଏଏଚ୍-୬୪। ଏହାକୁ ଯୁଦ୍ଧରେ ବ୍ୟବହାର କରାଯାଏ । ୟୁଏସ ଆର୍ମୀର ଫୋର୍ଟ୍ ହୁଡରେ ଏହାକୁ ମୁତୟନ କରାଯାଇଥିଲା । ତେବେ ସେଣ୍ଟ୍ରାଲ ଟେକ୍ସାସ ଅଞ୍ଚଳରେ ଉଡା଼ଣ ଭରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା । ଖସିବା ପରେ ଏଥିରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁକୁ ଆୟତ ପାଇଁ ଅଗ୍ନିଶମବାହିନୀକୁ ନାକେଦମ୍ ହେବାକୁ ପଡିଥିଲା ।

Also Read :- ଆଲ୍ଲାଙ୍କୁ ଧନ୍ୟବାଦ ଦେଲେ ଟ୍ରମ୍ପ୍ ! କହିଲେ -'ହର୍ମୁଜରେ ଆମେରିକା ତିଆରି କରିଛି ଲୁହାର ପାଚେରୀ', କ’ଣ କରିବ ଇରାନ ?

ୟୁଏସ୍ ଆର୍ମୀର କହିବାନୁସାରେ, କେଉଁ କାରଣରୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । ତଦନ୍ତ ଜାରି ରହିଛି । ପ୍ରାଣ ହରାଇଥିବା ପାଇଲଟଙ୍କ ପରିବାରକୁ ସୂଚନା ଦିଆଯାଇଛି । ଆପାଚି ହେଲିକପ୍ଟରଟି ଦୁଇଟି ଇଞ୍ଜିନ୍ ବିଶିଷ୍ଟ ଏଯୁଦ୍ଧ ହେଲିପକପ୍ଟର ଅଟେ । ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଲଢିବାରେ ସକ୍ଷମ । ଖୁବ୍ କମ୍ ଉଚ୍ଚତାରେ ରହି ଏହା ଶତ୍ରୁକୁ ଆକ୍ରମଣ କରିପାରେ । ଏହାସହ ଅଧିକ ଉଚ୍ଚତାକୁ ଉଡି ଶତ୍ରୁର ଚାଲ୍ କୁ ମାତ୍ ମଧ୍ୟ ଦେଇପାରେ ।