ନୂଆଦିଲ୍ଲୀ: ପାର୍ବଣ ସମୟ ବେଳେ ଗ୍ରାହକଙ୍କୁ ଶସ୍ତା ମୋଟର ସାଇକେଲ୍ ଭେଟି ଦେଇ ଧମାକା କରିବାକୁ ଟିଭିଏସ୍ ମୋଟର କମ୍ପାନୀ ଏହାର ଲୋକପ୍ରିୟ ବାଇକ ଟିଭିଏସ ରେଡିଅନ (TVS Radeon)ର ନୂଆ ମଡେଲ ଲଞ୍ଚ କରିଛି। କମ୍ପାନୀ ଏହି ବାଇକ୍କୁ ନୂଆ ଓ ଆକର୍ଷଣୀୟ ଡିଜାଇନ୍‌ରେ ଲଞ୍ଚ୍ କରିଥିବା ବେଳେ ଦାମ ବି ଖୁବ ସୁହାଇଲା ଭଳି ରହିଛି। ଲଞ୍ଚ ହୋଇଥିବା ନ୍ୟୁ ମଡେଲ୍‌ରେ ଏଲ୍ଇଡି ଲାଇଟିଂ, ନୂଆ ବଡି ପ୍ୟାନେଲ୍ ଓ ନୂଆ ଗ୍ରାଫିକ୍ସ ଦେଖିବାକୁ ମିଳିବ।

ନୂଆ ମଡେଲଟିକୁ ଆଜିର ଯୁବପିଢ଼ିଙ୍କ ପସନ୍ଦ ଓ ଆବଶ୍ୟକତା ଅନୁସାରେ ଡିଜାଇନ୍ କରାଯାଇଛି। ବାଇକର ମଜୁଭତିକୁ ଓ ଦୈନିକ ବ୍ୟବହାର ଉପଯୋଗୀତା ବଜାଇ ରଖିବା ସହ ଏଥର ଏକ ନୂଆ ଲୁକ୍ ଦିଆଯାଇଛି ବୋଲି କମ୍ପାନୀ କହିଛି। କମ୍ପାନୀର ଏହି ବାଇକ ଭାରତରେ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୧ ଲକ୍ଷରୁ ଅଧିକ ଗ୍ରାହକ କିଣି ସାରିଲେଣି। ଏବେ ନୂଆ ମଡେଲ୍ କେତେ ଆଦୃତ ହେବ ତାହା ଆଗକୁ ଜଣାପଡ଼ିବ।

TVS Radeon ନୂଆ ମଡେଲରେ ହୋଇଛି ଏହିସବୁ ପରିବର୍ତ୍ତନ

ନୂଆ ଟିଭିଏସ୍ ରେଡିଅନ୍‌ରେ ତେଲ ଟ୍ୟାଙ୍କ, ସାଇଡ ପ୍ୟାନେଲ୍ ଏବଂ ପଛପଟର ଡିଜାଇନ୍ ପରିବର୍ତ୍ତନ କରାଯାଇଛି। ଫଳରେ ବାଇକଟି ଅଧିକ ଆକର୍ଷଣୀୟ ଓ ଆଧୁନିକ ଲୁକ୍ ଲାଗୁଛି। ତା ସହ ନୂଆ ଗ୍ରାଫିକ୍ସ ଏହାର ଡିଜାଇନ୍କୁ ଆଉ ଟିକେ ବଢ଼ାଇ ଦେଉଛି। ବାଇକର ସାମ୍ନାପଟରେ ନ୍ୟୁ ଜେନେରେସନର ଫୁଲ ଏଲ୍ଇଡି ହ୍ୟାଡଲ୍ୟାମ୍ପ, ଖାସ ଡିଜାଇନବାଲା ଲାଇଟିଂ, ଏଲ୍ଇଡି ଟର୍ଣ୍ଣ ଇଣ୍ଡିକେଟର୍ସକୁ ହ୍ୟାଡଲ୍ୟାମ୍ପ ସହ ଏମିତି ଯୋଡ଼ା ଯାଇଛି ଯେ ଏହା ପୂର୍ବ ମଡେଲ୍ ଅପେକ୍ଷା ଅଧିକ ଆକର୍ଷଣୀୟ ଲାଗୁଛି।

ସେହିପରି ପଛ ଭାଗରେ ଦିଆଯାଇଥିବା ଏଲ୍ଇଡି ଟେଲଲ୍ୟାମ୍ପରେ ଖାସ୍ ଲାଇଟିଂ ଡିଜାଇନ ଓ 3D ଟନଲ ଇଫେକ୍ଟ ମିଳିବ। ପଛ ଭାଗରେ ଏଲ୍ଇଡି ଟର୍ଣ୍ଣ ଇଣ୍ଡିକେଟର୍ସ ବି ଦିଆଯାଇଛି। ଏହିସବୁ ପରିବର୍ତ୍ତନ ପାଇଁ ବାଇକ୍ର ଲୁକ୍ ପୂର୍ବ ଅପେକ୍ଷା ଅଧିକ ଆଧୁନିକ ହୋଇଛି। ତେବେ ସିଟ୍ ଆଉ ଡିସ୍‌ପ୍ଲେରେ ସେମିତି କିଛି ବଡ଼ ପରିବର୍ତ୍ତନ କରି ନାହିଁ କମ୍ପାନୀ। ଦୈନିକ ଓ ପାରିବାରିକ ବ୍ୟବହାର ପାଇଁ ପୁରୁଣା ମଡେଲ୍ ଭଳି ଲମ୍ବା ସିଟ୍ ଦିଆଯାଇଛି। ଏଥିସହିତ ବାଇକ୍‌ରେ RTMi ସହ ଏକ ରିଭର୍ସ LCD ଡିସ୍‌ପ୍ଲେ ରହିବ। ଏହି ଡିସ୍‌ପ୍ଲେ ଡ୍ରାଇଭରଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଖିବାରେ ସାହାଯ୍ୟ କରେ।

ଏହାର ମୂଲ୍ୟ କେତେ ?

ଟିଭିଏସ୍ ମୋଟର କମ୍ପାନୀର ବରିଷ୍ଠ ଉପାଧ୍ୟକ୍ଷ ଓ କମ୍ପ୍ୟୁଟର ଆଉ ଇଲେକ୍ଟ୍ରିକ୍ ବାହନ ବିଜନେଶର ପ୍ରମୁଖ ଅନିରୁଦ୍ଧ ହଲଦର କହିଛନ୍ତି ଏହି ନୂଆ ମଡେଲ୍ ବାଇକ୍କୁ ନେଇ ବେସ୍ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଯେ ଗତ ଦଶନ୍ଧୀରେ ଟିଭିଏସ୍ ରେଡିଅନ ଗ୍ରାହକଙ୍କ ପସନ୍ଦ ଓ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହୋଇ ଆସିଛି। ଏହାକୁ ଧ୍ୟାନରେ ରଖି ନୂଆ ମଡେଲ୍କୁ ଅଧିକ ଡିଜାଇନ, ଆରାମଦାୟକ କରାଯାଇଛି। ଯାହା ଦୈନିକ ବ୍ୟବହାର ପାଇଁ ଉପଯୋଗୀ ହୋଇପାରିବ।

ଭ୍ୟାରିଏଣ୍ଟ     ଏକ୍ସ ଶୋରୁମ ମୂଲ୍ୟ
 ବେସ୍ ଭ୍ୟାରିଏଣ୍ଟ ୬୭,୧୦୦ ଟଙ୍କା
 ଡିଜି କ୍ଲଷ୍ଟର ଡ୍ରମ  ୭୦, ୧୦୦ ଟଙ୍କା
 ଡିଜି କ୍ଲଷ୍ଟର ଡିକ୍ସ  ୭୩,୧୦୦ ଟଙ୍କା