କେନ୍ଦ୍ରାପଡ଼ା ୧୮।୦୯ : ଏମିତି ବି ଆସେ ବିପଦ । ବାଇକରେ ଯାଉଥିବା ବେଳେ ହଠାତ୍ ଭାଙ୍ଗିପଡ଼ିଲା ଗଛ । ଯୁବକଙ୍କ ପେଟରେ ପଶି ଗଲା ଗଛ ଡାଳ । ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି ।

ଖବର ଅନୁଯାୟୀ, ବିପଦ ବି ଏମିତି ଆସେ । ବାଇକରେ ଯାଉଥିବା ବେଳେ ହଠାତ୍ ଭାଙ୍ଗିପଡ଼ିଲା ଗଛ । ବାଇକରେ ଯାଉଥିବା ଯୁବକଙ୍କ ପେଟରେ ପଶିଗଲା ଗଛ ଡାଳ । କେନ୍ଦ୍ରାପଡ଼ା ବାଇପୁର ଗାଁର ଯୁବକ ବିଚିତ୍ର ପ୍ରଧାନ କୌଣସି କାମରେ ବାଇକରେ ଯାଉଥିଲେ । ଏହି ସମୟରେ ରାସ୍ତାକଡ଼ରେ ଥିବା ଇଲକାଲିପଟାସ୍ ଗଛ ହଠାତ୍ ରାସ୍ତା ତାଙ୍କ ଉପରକୁ ଭାଙ୍ଗି ପଡ଼ିଥିଲା । ଗଛର ଏକ ମୁନିଆ ଡାଳ ବିଚିତ୍ରଙ୍କ ପେଟରେ ପଶି ପିଠି ପଟେ ବାହାରି ପଡ଼ିଛି । ପ୍ରଥମେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।

Also Read:-Orangutan international links: ଓରାଙ୍ଗଉଟାନ ମାମଲାର ତଦନ୍ତରେ ଲାଗିପାରେ ଲମ୍ବା ସମୟ, ରାକେଟ୍‌ର ମୂଳକୁ ଯିବ STF