ନୂଆଦିଲ୍ଲୀ ୨୯।୧୨; ଦକ୍ଷିଣ ମେକ୍ସିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା । ଲାଇନଚ୍ୟୁତ ହେବା ପରେ ଟ୍ରାକ୍‌କୁ ଖସିଲା ଯାତ୍ରୀବାହୀ ଟ୍ରେନ୍ । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ଡାକ୍ତରୀ ସହାୟତା ଦିଆଯାଉଛି। ଏବେ ବି ରେଳ ଯାତାୟତ ବାଧାପ୍ରାପ୍ତ। ରାଷ୍ଟ୍ରପତି କ୍ଲାଉଡିଆ ଶେନବାଉମ୍ X ରେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଅଛି ଏବଂ ମୃତକଙ୍କ ପରିବାରକୁ ସହାୟତା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମେକ୍ସିକୋ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମେକ୍ସିକୋ ନୌସେନା ସହିତ ମିଳିତ ଭାବରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।​​​​​​

​​​​​​​

ମେକ୍ସିକୋ ନୌସେନା ଦୁର୍ଘଟଣାର ବାବଦରେ ଏକ ବିବୃତ୍ତି ଜାରି କରିଛି ଯେ, ଟ୍ରେନ୍‌ରେ ୯ ଜଣ କ୍ରୁ ସଦସ୍ୟ ଏବଂ ୨୪୧ ଜଣ ଯାତ୍ରୀ ଥିଲେ। ପ୍ରାୟ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାୟ ୯୮ ଜଣ ଆହତଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ରାଷ୍ଟ୍ରପତି କ୍ଲାଉଡିଆ ଶୀନବାମ୍ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ପ୍ରଭାବିତ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନୌସେନା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

​​​​​​​

​​​​ଏକ୍ସରେ ଓଆକ୍ସାକା ରାଜ୍ୟପାଳ ସୂଚନା ଦେଇ କହିଛନ୍ତି ଯେ ଆହତଙ୍କୁ ସହାୟତା କରିବା ପାଇଁ ଅନେକ ସରକାରୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ସେପଟେ ଦେଶର ଅଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାର କାରଣ ଖୋଜା ଚାଲିଛି । ଦୁର୍ଘଟଣାଗସ୍ତ ଟ୍ରେନ୍ ମେକ୍ସିକୋ ଉପସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଯାତାୟତ କରିଥାଏ । ପୂର୍ବତନ ରାଷ୍ଟ୍ରପତି ଆଣ୍ଡ୍ରେସ୍ ଦକ୍ଷିଣ-ପୂର୍ବ ମେକ୍ସିକୋର ବିକାଶ ପାଇଁ ୨୦୨୩ ମସିହାରେ ଏହି ରେଳ ଲାଇନର ଉଦଘାଟନ କରିଥିଲେ । ଗତ ଡିସେମ୍ବର ୨୦ ତାରିଖରେ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା ।