ବଡ଼ବିଲ: ଯୋଡ଼ା ଥାନା NH ୫୨୦ର ଲହଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତୁରୁମୁଙ୍ଗା ଅଞ୍ଚଳର କୂଳମଣି ମୁଣ୍ଡା ।

ସୂଚନା ଅନୁଯାୟୀ, କୂଳମଣି ନିଜର ଇଭି ସ୍କୁଟର ଯୋଗେ ଯୋଡ଼ା ପଟୁ ରିମୁଳି ଆଡ଼କୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ (OD 09 Z 3506) ସହ ସ୍କୁଟରଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଗାଡ଼ିଟିକୁ ରାସ୍ତାରେ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛି।

Also Read: ତପ୍ତପାଣି ଘାଟିକୁ ଯାଆନ୍ତୁନି ! ରାସ୍ତାରେ ଖସୁଛି ବଡ଼ବଡ଼ ପଥର

ଖବର ପାଇ ଯୋଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛି । ଏଥି ସହିତ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ସ୍କୁଟରକୁ ଜବତ କରିବା ସହ ଫେରାର ଟ୍ରକ୍ ଡ୍ରାଇଭରଙ୍କ ସନ୍ଧାନ ନେଇ ଅଧିକ ତଦନ୍ତ ଜାରି ରଖିଛି।