ବଲାଙ୍ଗିର: ଯାହାର ହାତ ଧରି ବାଟ ଚାଲିବାର ସ୍ୱପ୍ନ ଦେଖିଥିଲେ, ସଂସାରକୁ ଆଗେଇ ନେଉଥିଲେ। ସିଏ ଅଧାବାଟରୁ ଛାଡ଼ି ଚାଲିଗଲେ। ଆଉ ସହିହେବ ବା କେମିତି। ସେଥିପାଇଁ ଚରମ ନିଷ୍ପତ୍ତି ନେଲେ ପତ୍ନୀ। ସ୍ୱାମୀଙ୍କ ମୃତ୍ୟୁ ପରେ ହସ୍ପିଟାଲ ଛାତରୁ ଡେଇଁ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଏହି ଘଟଣା ଘଟିଛି।

also read- ବାଃ ବାଃ ରେ ଜନ୍ମଦାତା....ଜେଜେ ମାଆ ସହ କଥାହେଲା ବୋଲି କରିଦେଲା ବନ୍ଦୀ

ମୃତ ମହିଳାଙ୍କ ନାମ ପଦ୍ମିନୀ ବାଗ। ବଲାଙ୍ଗିର ପୁଇଁନ୍ତଳା ଥାନା ଅନ୍ତର୍ଗତ ଡୁମେର ବାହାଲ ଗାଁଠାରେ ମହିଳାଙ୍କ ସ୍ୱାମୀଙ୍କ ଦୁର୍ଘଟଣା ହୋଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଡ୍ରାଇଭର କାମ କରନ୍ତି। ସେ ଘରରୁ ଫେରିବା ବେଳେ ଟ୍ରକ ସହିତ ତାଙ୍କର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କର ମୃତ୍ୟୁ ବିଷୟରେ ପତ୍ନୀଙ୍କୁ ଜଣାଯାଇନଥିଲା। ଯେତେବେଳେ ପତ୍ନୀ ମେଡିକାଲକୁ ଆସିଥିଲେ, ସ୍ୱାମୀର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ। ସେ ଏହି ଦୃଶ୍ୟକୁ ସହ୍ୟ କରିପାରିନଥିଲେ। ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ତାଙ୍କୁ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଥିଲେ। କିନ୍ତୁ ପରେ ସେହି ଛାତରୁ ଡେଇ ପତ୍ନୀ ଆତ୍ମହତ୍ୟା କରିଛନ୍ତି।

ସବୁଠୁ ବଡ଼ ପ୍ରଶ୍ନ- ପତ୍ନୀ ପାଖରେ କିଏ ଥିଲେ?  କିଭଳି ସେ ଛାତ ଉପକୁ ଡେଇଁ ଆତ୍ମହତ୍ୟା କଲେ? ତାହା ତଦନ୍ତ ସାପେକ୍ଷ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।