ପୁରୀ ୨୭।୦୯ : ପୁରୀ ସମୁଦ୍ର କୂଳରେ ଉଡ଼ିଲା ଡ୍ରୋନ୍। ସମୁଦ୍ର କୂଳରେ ଜଣେ ପର୍ଯ୍ୟଟକ ଡ୍ରୋନ୍ ଉଡାଉଥିବା ବେଳେ ଏହା ଦେଖି ଅନ୍ୟ ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ନିକଟରେ ଥିବା ଅଗ୍ନିଶମ କେନ୍ଦ୍ରରେ କିଛି ପର୍ଯ୍ୟଟକ ଅଭିଯୋଗ କରିଛନ୍ତି।

ତେବେ ପର୍ଯ୍ୟଟକଙ୍କ ଠାରୁ ଅଭିଯୋଗ ଆସିବା ପରେ ସମୁଦ୍ର କୂଳକୁ ଯାଇ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ ଡ୍ରୋନ୍ ନଉଡାଇବା ପାଇଁ ବାରଣ କରିଛନ୍ତି। ପୁରୀ ସମୁଦ୍ରରେ ଶହ ଶହ ପର୍ଯ୍ୟଟକ ସ୍ନାନ କରୁଥିବା ବେଳେ ସ୍ନାନ ସମୟର ଚିତ୍ର ଡ୍ରୋନରେ ଉତ୍ତୋଳନ ହୋଇପାରେ। ଏଣୁ ସମୁଦ୍ର କୂଳରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ ଅଗ୍ନିଶମ ଅଧିକାରୀ ବାରଣ କରିଛନ୍ତି।

Also Read:-ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବେ ୩ ମହାବଳ, ଶିମିଳିପାଳରେ ବାଘ ବଂଶ ବୃଦ୍ଧିକୁ ମିଳିବ ନୂଆ ବଳ

ସେହିପରି ଡ୍ରୋନ୍ ଉଡାଉଥିବା ପର୍ଯ୍ୟଟକ ଜଣକ ସମୁଦ୍ରରେ ସାଙ୍ଗମାନଙ୍କ ସହ ସ୍ନାନ କରୁଥିବା ବେଳେ ଡ୍ରୋନ୍ ଉଡ଼ାଇ ଭିଡିଓ ଉତ୍ତୋଳନ କରୁଥିଲେ। ଅଗ୍ନିଶମ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ପର୍ଯ୍ୟଟକ ଜଣକ ଡ୍ରୋନ୍ ଉଡ଼ାଇବା ବନ୍ଦ କରିଥିବା ବେଳେ ଏହାକୁ ସ୍ବାଗତ କରିଛନ୍ତି ଅନ୍ୟ ପର୍ଯ୍ୟଟକ।