ଭୁବନେଶ୍ୱର ୩୦।୦୫ : ରାଜ୍ୟରେ ତାତି କମିଛି । ଆଗକୁ ଆହୁରି କମିବ । କିନ୍ତୁ ଗରମ ଓ ଗୁଳୁଗୁଳି ଜାରି ରହିପାରେ । ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବା ଆଶା କମ୍ । ତେବେ କାଳବୈଶାଖୀ ପ୍ରଭାବରେ ବହୁ ସ୍ଥାନରେ ବର୍ଷା ହୋଇପାରେ ।

ଶନିବାର ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଏଥିପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Also Read:-Police Encounter : ଝାରସୁଗୁଡ଼ାରେ ପୋଲିସର ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

୩୧ ତାରିଖ(ରବିବାର) ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୪ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ।

ଶୁକ୍ରବାର ବଲାଙ୍ଗୀରରେ ୪୩.୧ ଡିଗ୍ରୀ, ଟିଟିଲାଗଡ଼ରେ ୪୩, ସମ୍ବଲପୁରରେ ୪୨.୨, ଭବାନୀପାଟଣା ଓ ନୂଆପଡ଼ାରେ ୪୧.୮, ବୌଦ୍ଧରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ରହିଥିଲା ।