ପୁରୀ ୧୧।୪: ଶେଷ ହେଲା ଦ୍ବିତୀୟ ପର୍ଯ୍ୟାୟ ରତ୍ନ ଅଳଙ୍କାର ଗଣତି ମଣତି । ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ । ଚାରିଦିନ ଧରି ଚାଲିଥିଲା ଗଣତି ମଣତି । ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାର ମେଳକ ହେଲା । ୧୯୭୮ ତାଲିକା ଅନୁଯାୟୀ ଅଧିକ ଅଳଙ୍କାର ରହିଛି । ସୋମବାର ଠାରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ଗତ ମାର୍ଚ୍ଚ ୨୫ରେ ଚଳନ୍ତି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ସରିଥିଲା । ୧୧ଟା ୩୫ ରେ ଆରମ୍ଭ ହୋଇ ୬ଟା ୩୫ରେ ଗଣତି ମଣତି କାର୍ଯ୍ୟ ଶେଷ ହୋଇଥିଲା । ସାତଘଣ୍ଟା ଧରି ଚାଲିଥିଲା ଗଣତି ମଣତି ।