ମୁମ୍ବାଇ: ଜାରି ହୋଇଛି ଦେଶର ସେହି ଶୀର୍ଷ ମହିଳାଙ୍କ ତାଲିକା ଯେଉଁଥିରେ ୮୬ ବର୍ଷ ବୟଷ୍କା ମହିଳାଙ୍କଠାରୁ ଆରମ୍ଭ କରି ୧୯ ବର୍ଷର ୟଙ୍ଗଷ୍ଟର ମଧ୍ୟ ଅଛନ୍ତି। ଭାରତର ପ୍ରଭାବଶାଳୀ ଓ ସଫଳ ମହିଳାଙ୍କୁ ସମ୍ମାନ ଜଣାଇ ‘ କ୍ୟାଣ୍ଡେରେ ହୁରୁନ ଇଣ୍ଡିଆ ୱିମେନ ଲିଡର୍ସ ଲିଷ୍ଟ ୨୦୨୬’ ଗୁରୁବାର ଜାରି ହୋଇଛି। ଚଳିତବର୍ଷ ରିପୋର୍ଟରେ ବିଜନେସ୍, ସ୍ପୋର୍ଟସ୍, ମିଡିଆ, ସାହିତ୍ୟ ଓ ସମାଜସେବା ଭଳି ୧୨ଟି ଅଲଗା ଅଲଗା କ୍ୟାଟଗରୀରେ ମୋଟ ୧୧୭ ଜଣ ମହିଳାଙ୍କୁ ସ୍ଥାନ ମିଳିଛି।

ଏହି ରିପୋର୍ଟରେ ସବୁଠୁ ଖାସ କଥା ଯାହା ତାହା ହେଉଛି ଏଥିରେ ଏପରି ୯୮ ଜଣ ମହିଳା ଅଛନ୍ତି ସେଲଫ ମେଡ୍ ଅର୍ଥାତ ନିଜ ଦମ୍ଭରେ ଏହି ସଫଳତା ହାସଲ କରିଛନ୍ତି। କ୍ୟାଣ୍ଡେରେ ହୁରୁନର ଏହି ତାଜା ଲିଷ୍ଟ ଏହା ପ୍ରମାଣିତ କରୁଛି ଯେ କ୍ଷେତ୍ର ଯାହା ବି ହେଉନା କାହିଁକି ମହିଳା ସବୁ କ୍ଷେତ୍ରରେ ଆଗକୁ ବଢି ପାରିବେ। ତେବେ ଆସନ୍ତୁ ଜାଣିବା ଲିଷ୍ଟରେ କେଉଁମାନଙ୍କୁ ସ୍ଥାନ ମିଳିଛି। କ୍ୟାଣ୍ଡେରେ ହୁରୁନ ଇଣ୍ଡିଆ ୱିମେନ ଲିଷ୍ଟ ୨୦୨୬ରେ ୧୧୭ ସମ୍ମାନୀତ ମହିଳା ଅଛନ୍ତି ଓ ଗତବର୍ଷ ତୁଳନାରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୫ରେ ଜାରି ତାଲିକାରେ ୯୭ ଜଣ ମହିଳା ଥିଲେ ଓ ୯ଟି କ୍ୟାଟଗରୀରେ ଶୀର୍ଷ ମହିଳାଙ୍କୁ ଚୟନ କରାଯାଇଥିଲା। ହେଲେ ଚଳିତବର୍ଷ କ୍ୟାଟଗରୀ ସଂଖ୍ୟା ୧୨କୁ ବଢାଇ ଦିଆଯାଇଛି ଓ ମହିଳାଙ୍କ ସଂଖ୍ୟା ମଧ୍ୟ ବଢିଛି।

ଏହି ଲିଷ୍ଟରେ ସବୁଠୁ ଯୁବ ମହିଳା ୧୯ ବର୍ଷର ପାରା-ଆର୍ଚର ଶୀତଲ ଦେବୀ ଅଛନ୍ତି। ସେହିପରି ୮୬ ବର୍ଷ ବୟଷ୍କା ଅନୁଭବୀ ଉଦ୍ୟମୀ ରାଜନୀ ବେକ୍ଟୋର ଏହି ତାଲିକାର ସବୁଠୁ ବୟଷ୍କା ସମ୍ମାନୀତ ମହିଳା। ଉଲ୍ଲେଖଯୋଗ୍ୟ ଯେ ଏହି ତାଲିକାରେ ପ୍ରସିଦ୍ଧ ମହିଳା ପତ୍ରକାର ପାଲକୀ ଶର୍ମା ଓ ନିଶ୍ ହେୟରର ସଂସ୍ଥାପିକା ତଥା ମାଲିକ ପାରୁଲ ଗୁଲାଟିଙ୍କ ନାମ ମଧ୍ୟ ସମ୍ମାନୀତ ମହିଳାଙ୍କ ତାଲିକାରେ ଅଛି।

କ୍ୟାଟଗରୀ ଶୀର୍ଷରେ ଥିବା ମହିଳା କମ୍ପାନୀ ଟପ ମହିଳାଙ୍କ ଖାସ କଥା
ଇଣ୍ଡିଆନ ଫ୍ୟାସନ ଓ ଲାଇଫଷ୍ଟାଇଲ ମିନା ବିନ୍ଦ୍ରା BIBA
ସଂସ୍ଥାପିକା
ବାର୍ଷିକ ଆୟ ୭୫୮ କୋଟି ଟଙ୍କା
ସୋସିଆଲ ଚେଞ୍ଜ ମେକର୍ସ ତୁଷାରା ଶଙ୍କର  ଲୁପିନ୍ ସଷ୍ଟେନେବିଲିଟି ସ୍କୋର ୫୦.୩
ହର୍ଟଲ୍ୟାଣ୍ଡ ଫାଉଣ୍ଡର୍ସ ରଜନୀ ବେକ୍ଟୋର ବେକ୍ଟର୍ସ ଫୁଡସ୍ପେଶାଲିଟିଜ୍ ୮୬ ବର୍ଷ ବୟସରେ ୫,୬୫୦ କୋଟି ଟଙ୍କାର କମ୍ପାନୀ
ନ୍ୟୁ ଇକୋନମୀ ବୈଶାଳୀ ନିଗମ ସିହ୍ନା ରିନ୍ୟୁ ପାୱାର କ୍ଲିନ ଏନର୍ଜୀ କମ୍ପାନୀର ମୂଲ୍ୟ ୨୨,୨୩୦କୋଟି
ଭେଟରାନସ୍ ପ୍ରୀଥା ରେଡ୍ଡୀ ଓ ସୁନୀତା ରେଡ୍ଡୀ ଆପଲୋ ହସ୍ପିଟାଲସ୍  ହେଲଥ୍ କେୟାର ଗ୍ରୁପର ଭାଲ୍ୟୁ ୧.୨୧ଲକ୍ଷ କୋଟି ଟଙ୍କା
ଅଲିମ୍ପିକ୍ ଓ ପାରାଲିମ୍ପିକ୍ ମେଡାଲିଷ୍ଟ  ଅଭନୀ ଲେଖରା ସୁଟିଂ (ପାରା ଆଥଲେଟ) ୩ ପାରା ଅଲମ୍ପିକ ମେଡାଲ
ଅଥର୍ସ (ଲେଖକ) ସୁଧା ମୂର୍ତ୍ତି ସାହିତ୍ୟା ଓ ପରୋପକାର ହାଇ ରିଡରସିପ୍ ଇମ୍ପାକ୍ଟ ସ୍କୋର
ସୋସିଆଲ ମିଡିଆ ଇନଫ୍ଲୁଏନସର୍ସ  ଅନନ୍ୟା ବିରଳା ବିଜନେସ୍ ଓ ସୋସିଆଲ ସେକ୍ଟର ଇଂଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋଅର୍ସ
ସ୍ୱାଧୀନ ପତ୍ରକାର ଫାୟେ ଡିସୁଜା ମିଡିଆ ଓ ପତ୍ରକାରିତା ୨୨.୩୮ ଲକ୍ଷରୁ ଅଧିକ ଇଂଷ୍ଟା ଫଲୋଅର୍ସ
ଷ୍ଟର୍ଟଅପ ଫାଉଣ୍ଡର୍ସ  କନିକା ଗୁପ୍ତା ଶୋରୀ ସ୍କୋୟାର ୟାର୍ଡସ୍  କମ୍ପାନୀରେ ୩.୩୩ଗୁଣା ଭାଲ୍ୟୁଏସନ ଗ୍ରୋଥ
ୱେଲଥ୍ ମଲ୍ଟିପ୍ଲାୟର୍ସ  ରୋଶନୀ ନାଦର ମଲହୋତ୍ରା ଏଚସିଏଲ ଟେକ୍ ମୋଟ ସମ୍ପତ୍ତିର ପରିମାଣ ୨.୮୪ କୋଟି ଟଙ୍କା
ପ୍ରଫେସନାଲ ସିଇଓ ପ୍ରିୟା ନାୟର ହିନ୍ଦୁସ୍ତାନ ୟୁନିଲିଭର ୫.୦୭ଲକ୍ଷ କୋଟି ଭାଲ୍ୟୁର କମ୍ପାନୀ ସମ୍ଭାଳୁ