ମୁମ୍ଵାଇ ୧୪।୦୩; ଦକ୍ଷିଣ ସୁପରଷ୍ଟାର ଥଲାପତି ବିଜୟ । ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ନିକଟରେ ତାଙ୍କ ପତ୍ନୀ ସଙ୍ଗୀତା ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସଙ୍ଗୀତା ବିଜୟଙ୍କ ଉପରେ ଅନ୍ୟ ଜଣେ ମହିଳାଙ୍କ ସହ ଏକ୍ସଟ୍ରା ମାରିଟାଲ ଆଫେୟାର୍ସ ଥିବା ନେଇ ଅଭିଯୋଗ କରିଛନ୍ତି। ୨୫ ବର୍ଷର ବିବାହ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିବା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମୟରେ, ତାଙ୍କ ପୁଅର ପ୍ରତିକ୍ରିୟା ମଧ୍ୟ ଏବେ ସାମ୍ନାକୁ ଆସିଛି। ସେ ତାଙ୍କ ନାମରେ ପରିବର୍ତ୍ତନ କରିଛନ୍ତି।

ଥଲାପତି ବିଜୟଙ୍କ ପୁଅ ଜସନ ସଞ୍ଜୟ ତାଙ୍କ ନାମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ତାଙ୍କର ନାମ କେବଳ ଜସନ ସଞ୍ଜୟ ଥିଲା; କିନ୍ତୁ, ସେ ଏବେ ଏହାକୁ ଜସନ ସଞ୍ଜୟ ଏସ୍ ବଦଳାଇ ଦେଇଛନ୍ତି। ଏଠାରେ, 'S' ତାଙ୍କ ପିତାଙ୍କ ନାମ ବଦଳରେ ତାଙ୍କ ମାଆ ସଙ୍ଗୀତାକୁ ବୁଝାଉଛି। ଏହି ପରିବର୍ତ୍ତନ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନେକ ବିଶ୍ୱାସ କରନ୍ତି ଯେ ଏହା ତାଙ୍କ ମାଆଙ୍କ ସପୋର୍ଟ କରିବାର ଉପାୟ। ଏହା ଉଲ୍ଲେଖନୀୟ ଯେ ଜସନ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବାକୁ ଖୁବ୍ ଆଗ୍ରହୀ ।

ଯେତେବେଳେ ପିତାମାତା ଦ୍ୱନ୍ଦରେ ଫସି ଯାଆନ୍ତି, ସେତେବେଳେ ପିଲାଟି ହିଁ ସବୁଠାରୁ ଅଧିକ କଷ୍ଟ ପାଏ। ସେମାନେ ହିଁ ସବୁଠାରୁ ଗଭୀର ଭାବରେ ପ୍ରଭାବିତ ଏବଂ ଦୁଃଖିତ ହୁଅନ୍ତି। ଜସନ ତାଙ୍କ ପିତା ବିଜୟଙ୍କୁ ସୋସିଆଲ ମିଡିଆରେ ଅନଫଲୋ ମଧ୍ୟ କରିଛନ୍ତି। ଏହି ପଦକ୍ଷେପ ପାରିବାରିକ ପରିସ୍ଥିତି ଗୁଜବକୁ ଆହୁରି ତୀବ୍ର କରିଛି। ବିଜୟ ଏବଂ ସଙ୍ଗୀତାଙ୍କ ଦୁଇଟି ସନ୍ତାନ ଅଛନ୍ତି। ଗୋଟିଏ ପୁଅ ଜସନ ଏବଂ ଆଉ ଗୋଟିଏ ଝିଅ ଦିବ୍ୟା ଶାଶା। ପରିବାରଟି ପୂର୍ବରୁ ଏକ ହସଖୁସିରେ ଥିଲା, କିନ୍ତୁ ବର୍ତ୍ତମାନ ସବୁକିଛି ବଦଳି ଯାଇଛି। କହିବାକୁ ଗଲେ ଥଲାପତି ବିଜୟ ନିକଟରେ ଅଭିନେତ୍ରୀ ତ୍ରିଶାଙ୍କ ସହିତ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ତ୍ରିଶା ଏବଂ ବିଜୟଙ୍କ ମଧ୍ୟରେ ଏକ କଥିତ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଗୁଜବ ଲାଗି ରହିଛି। ବିବାହ ଉତ୍ସବରେ ସେମାନଙ୍କ ଏକାଠି ଦେଖାଯିବା ଏହି ଗୁଜବ ଗୁଡ଼ିକୁ ଆହୁରି ବୃଦ୍ଧି ପାଇଥିଲା। ଅନେକ ଲୋକ ଅନଲାଇନରେ ବିଭିନ୍ନ ମନ୍ତବ୍ୟ ଏବଂ ଅନୁମାନ କରୁଥିବା ନେଇ ପୋଷ୍ଟ କରୁଛନ୍ତି।

ଅଧିକ ପଢନ୍ତୁ-ଅମିତାଭ ବଚ୍ଚନଙ୍କ ଘନିଷ୍ଠ ବନ୍ଧୁଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଲେ ବିଗ୍ ବି, କହିଲେ-ସମସ୍ତେ ଛାଡିକି ପଳାଉଛନ୍ତି