ମୁମ୍ବାଇ : ପୁଣି ଥରେ ମୁମ୍ବାଇ ସୁରକ୍ଷାକୁ ନେଇ ଚିନ୍ତା ଉପୁଜିଛି। ବୁଧବାର ସହରର ପ୍ରସିଦ୍ଧ ତାଜ ଓ ଟ୍ରାଇଡେଣ୍ଟ ହୋଟେଲକୁ ଟେଲିଫୋନରେ ଆତଙ୍କବାଦୀ ଆକ୍ରମଣର ଧମକ ମିଳିଛି। ଏହି ଅଜଣା ଫୋନ କଲ ପରେ ସୁରକ୍ଷା ଏଜେନ୍ସୀ ସତର୍କ ହୋଇ ଯାଇଛନ୍ତି। ମୁମ୍ବାଇ ପୋଲିସ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତୁରନ୍ତ ଟେକ୍ନିକାଲ ଯାଞ୍ଚ ଆରମ୍ଭ କରିଥିଲା ଓ କଲ ଟ୍ରେସ୍ କରି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି। ପୋଲିସ ଏବେ ମାମଲାରେ ଅଟକ ବ୍ୟକ୍ତିଙ୍କୁ ପଚରା ଉଚରା ଚଳାଇଛି।

ଧମକପୂର୍ଣ୍ଣ କଲ୍ ପରେ ପରେ ମୁମ୍ବାଇ ପୋଲିସ ଟେକ୍ନିକାଲ ସର୍ଭିଲାନ୍ସ ର ସାହାରା ନେଇଥିଲା। ଏହି ଯାଞ୍ଚକାଳରେ କଲ ଲୋକେସନ ସାୟନ କ୍ଷେତ୍ରରେ ଠାବ ହୋଇଥିଲା। ସେଠାରୁ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଆଣି ପଚରା ଉଚରା କରୁଛି। ତେବେ ଏହି କଲ ଉଦ୍ଦେଶ୍ୟ କଣ ଥିଲା ତାହା ଜାଣିବାକୁ ସମ୍ପୃକ୍ତ ବ୍ୟକ୍ତିକୁ ଏବେ ପଚରା ଉଚରା କରାଯାଉଛି। ମୁମ୍ବାଇର ତାଜ ଓ ଟ୍ରାଇଡେଣ୍ଟ ହୋଟେଲ କେବଳ ଭବ୍ୟ ଭବନ ନୁହନ୍ତି ଦେଶର ସମୃଦ୍ଧ ଐତିହ୍ୟ ଅଂଶବିଶେଷ ମଧ୍ୟ । ଏହି ଦୁଇ ହୋଟେଲର ମାଲିକାନା ଏବେ ପ୍ରସିଦ୍ଧ ଓବରୟ ଗ୍ରୁପ ହାତରେ ରହିଛି।

ଏହି ଦୁଇ ହୋଟେଲରେ ଅନ୍ତର୍ଜାତୀୟ ସ୍ତରର ଗଣମାନ୍ୟ ଲୋକେ ଓ ବଡ଼ ବଡ଼ ବ୍ୟକ୍ତି ଅବସ୍ଥାନ କରୁଛନ୍ତି। ଏଣୁ ଏହି ହୋଟେଲମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏପରି ଧମକ ଭରା କଲ ନା କେବଳ ପ୍ରଶାସନକୁ ଚିନ୍ତାରେ ପକାଇଛି ବରଂ ମୁମ୍ବାଇ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇଛି। ପୋଲିସ ଏବେ ହୋଟେଲ ଦୁଇଟିରେ ତଲାସୀ ଅଭିଯାନ ଚଳାଇଛି। ତାଜ ହୋଟେଲ ନାମ ଶୁଣିବାମାତ୍ରେ ପ୍ରତି ଭାରତୀୟଙ୍କ ମନରେ ୨୦୦୮ର ୨୬/୧୧ ଆତଙ୍କବାଦୀ ଆକ୍ରମଣ ସ୍ମୃତି ତାଜା ହୋଇଯାଏ। ଏହି ଭୀଷଣ ଆତଙ୍କବାଦୀ ଆକ୍ରମଣ ନା କେବଳ ମୁମ୍ବାଇ ବରଂ ସାରା ଦେଶକୁ ଦୋହଲାଇ ଦେଇଥିଲା। ଆଜିର ଏହି ଧମକ ସୁରକ୍ଷା ଏଜେନ୍ସୀଙ୍କୁ ସେହି ଭୟାବହ କ୍ଷଣକୁ ମନେ ପକାଇ ଦେଇଛି।

Also Read..ବେଙ୍ଗଲ ହିଂସା: କୋଲକାତାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ସ୍ଥାନରୁ ୮୦ ଗିରଫ, ବିନାଅନୁମତି ଶୋଭାଯାତ୍ରା ଉପରେ ରୋକ