ଚେନ୍ନାଇ: ତାମିଲନାଡୁର ଆଞ୍ଚଳିକ ଦଳ 'କକ୍ରୋଚ୍ ଜନତା ପାର୍ଟି' ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି। 'ତାମିଲନାଡୁ କକ୍ରୋଚ୍ ଜନତା ପାର୍ଟି' (TCJP) ନାମରେ ନାମିତ ଏହି ଦଳ ଅଭିଜିତ୍ ଦୀପକେଙ୍କ ନେତୃତ୍ୱାଧୀନ କକ୍ରୋଚ୍ ଜନତା ପାର୍ଟିଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସଫେଇ ଦେଇଛନ୍ତି ଦଳର ମୁଖ୍ୟ। ତାମିଲନାଡୁ କକ୍ରୋଚ୍ ଜନତା ପାର୍ଟି ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବରେ ପଞ୍ଜିକରଣ ପାଇଁ ଆବେଦନ କରିଛି। ଏହି ଦଳ ସି. ବ୍ରହ୍ମା ବାଲାସୁବ୍ରମଣ୍ୟମଙ୍କ ନେତୃତ୍ୱରେ ପରିଚାଳିତ ହେଉଛି। ସେ ଜଣେ ପେଶାରେ ଜଣେ ଓକିଲ।

ଜୁନ୍ ୧୬ ତାରିଖରେ, ବାଲାସୁବ୍ରମଣ୍ୟମ, ଦଳୀୟ କର୍ମୀ ଆର.ଜନାର୍ଦ୍ଦନ ଏବଂ ମୁଖପାତ୍ର ପି.ଶିବକୁମାରଙ୍କ ସହିତ ଦିଲ୍ଲୀରେ ନିର୍ବାଚନ କମିଶନ କାର୍ଯ୍ୟାଳୟ /ଯାଇଥିଲେ। ବାଲାସୁବ୍ରମଣ୍ୟମଙ୍କ କହିବା ଅନୁଯାୟୀ, ସେ ଜୁନ୍ ୬ ତାରିଖରେ ତାଙ୍କ ଦଳର ପଞ୍ଜିକରଣ ପାଇଁ ଆବେଦନ କରିଥିଲେ। ତାଙ୍କ ଦଳ ଦୀପକେଙ୍କ ସିଜେପି ଏବଂ ଏହାର ଅନଲାଇନ୍ ଆନ୍ଦୋଳନଠାରୁ ଭିନ୍ନ। ଗୋଟିଏ ପଟେ ସିଜେପି ଦିଲ୍ଲୀ ରାସ୍ତାରେ ବିରୋଧ କରୁଥିବାବେଳେ ଅନ୍ୟ ପଟେ ତାମିଲନାଡୁରେ ସମାନ ନାମରେ ଏକ ରାଜନୈତିକ ଦଳ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବାଲାସୁବ୍ରମଣ୍ୟମ କହିଛନ୍ତି ,''ନିର୍ବାଚନ କମିଶନ ଆମକୁ ଦଳର କାର୍ଯ୍ୟସୂଚୀ ଉପରେ ଆଲୋଚନା ପାଇଁ ଡକାଇଥିଲେ । ତାମିଲନାଡୁ କକ୍ରୋଚ୍ ଜନତା ଦଳ ଏକ ସ୍ୱତନ୍ତ୍ର ରାଜନୈତିକ ସଂଗଠନ ଯାହା ରାଜ୍ୟର ସାମାଜିକ ନ୍ୟାୟ, ସମାନତା ଏବଂ ସାଧାରଣ ଲୋକଙ୍କ ସହିତ ଜଡିତ ପ୍ରସଙ୍ଗ ଉପରେ କାମ କରିବାକୁ ଲକ୍ଷ୍ୟ ରଖିଛି''।

ବାଲାସୁବ୍ରମଣ୍ୟମ ମଧ୍ୟ ନିଜ ଦଳ ସହିତ ଅଭିଜିତଙ୍କ ସିଜେପିରେ ଯୋଗ ଦେଇପାରନ୍ତି। ସେ ବ୍ୟକ୍ତିଗତ ଭାବରେ ଏହି ସମ୍ଭାବନା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଜିତଙ୍କ ସିଜେପିରେ ଯୋଗଦେବା ବିଷୟରେ ବିଚାର କରିବେ। ସେପଟେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି