ଚେନ୍ନାଇ, ୨୩/୦୪ : ତାମିଲନାଡୁ ବିଧାନସଭା ପାଇଁ ଚାଲିଛି ମତଦାନ । ପ୍ରବଳ ଗରମରେ ମଧ୍ୟ ମତଦାତାମାନେ ବୁଥକୁ ଆସି ମତଦାନ କରୁଛନ୍ତି । ତେବେ ରାଜ୍ୟରେ ନିର୍ବାଚନ ଲଢୁଥିବା ଅନେକ ନେତା କୋଟିପତି । ବିଭିନ୍ନ ଆସନରେ ନିର୍ବାଚନ ଲଢୁଥିବା ମୋଟ୍ ୪୦୨୩ ପ୍ରାର୍ଥୀଙ୍କ ମଧ୍ୟରୁ ୯୮୧ ଜଣ ହେଲେ କୋଟି ପତି । ଯାହା ପ୍ରାୟ ୨୫ ପ୍ରତିଶତ । ତେବେ ଆସନ୍ତୁନଜର ପକାଇବା ତାମିଲନାଡୁର ସବୁଠୁ ୧୦ ନୀ ପ୍ରାର୍ଥୀଙ୍କ ଉପରେ ।

ଲିମା ରୋଜ୍ ମାର୍ଟିନ୍

ଏଆଇଏଡିଏମକେ ପ୍ରାର୍ଥୀ ଲିମା ହେଲେ ଲଟେରୀ କିଙ୍ଗ୍ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନଙ୍କ ପତ୍ନୀ । ଟିଏନ୍ ବିଧାନସଭା ନିର୍ବାଚନରେ ସେ ସବୁଠୁ ଧନୀ ପ୍ରାର୍ଥୀ । ତିରୁଚିରପଲ୍ଲୀ ଏବଂ ଲାଲଗୁଡିରୁ ଲଢୁଥିବା ଲିମାଙ୍କ ସମ୍ପତ୍ତି ୫୮୬୩ କୋଟି ଟଙ୍କାରୁ ଅଧିକ ।

ଜୋସେଫ୍ ବିଜୟ

ଟିଭିକେ ପାର୍ଟି ଗଠନ କରି ନିର୍ବାଚନ ଲଢୁଥିବା ଅଭିନେତା ଟର୍ଣ୍ଣଡ୍ ପଲିଟିସିଆନ ବିଜୟଙ୍କର ମୋଟ୍ ସମ୍ପତ୍ତି ୬୪୮ କୋଟିରୁ ଅଧିକ । ସେ ତ୍ରିଚି ଏବଂ ପେରାମ୍ବୁର ଆସନରୁ ଚଳିତ ଥର ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଆଧବ ଅର୍ଜୁନ

ଟିଭିକେ ପାର୍ଟିର ନେତା ତଥା କ୍ରୀଡାବିତ୍ ଆଧବ ଅର୍ଜୁନଙ୍କ ମୋଟ୍ ସମ୍ପତ୍ତି ୫୩୪ କୋଟିରୁ ଅଧିକ । ସେ ଚେନ୍ନାଇର ଭିଲିଭକମ ଆନରୁ ନିର୍ବାଚନ ଲଢୁଛନ୍ତି । ଦଳର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମର ସେ ସାଧାରଣ ସମ୍ପାଦକ ଅଟନ୍ତି ।

ଏସାକି ସୁବୟା

ଡାକ୍ତର ଏସାକି ସୁବୟା ଏଆଇଏଡିଏମକେ ଟିକେଟରୁ ନିର୍ବାଚନ ଲଢୁଛନ୍ତି । ସେ ତିରୁନେଭେଲିର ଆମ୍ବାସମୁଦ୍ରମ୍ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ତାଙ୍କର ମୋଟ୍ ସମ୍ପତ୍ତି ୪୧୯ କୋଟି ହେବ । ସେ ଦଳର ଦ୍ୱିତୀୟ ଧନୀ ପ୍ରାର୍ଥୀ ଅଟନ୍ତି ।