ଚେନ୍ନାଇ: ତାମିଲ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟଗନ’ ରିଲିଜ୍‌ ହୋଇଛି । ଜୁଲାଇ ୨୩ରେ ସିନେମା ହଲରେ ରିଲିଜ୍‌ ହୋଇଥିବା ଫିଲ୍ମ ଗୋଟିଏ ଦିନରେ ପ୍ରାୟ ୮୦ କୋଟି ଟଙ୍କା ଆୟ କରିସାରିଛି । ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଏହି ଫିଲ୍ମ ରିଲିଜ୍‌ ହୋଇଛି । ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । କିନ୍ତୁ ଏହାରି ଭିତରେ ଫିଲ୍ମରେ ଅଭିନୟ କରିଥିବା ଜଣେ ତାମିଲ ଅଭିନେତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି । ସେ କାନ୍ଦି କାନ୍ଦି ବେହାଲ ହୋଇପଡ଼ିଛନ୍ତି । ଏହାର କାରଣ ହେଉଛି, ସେ ଫିଲ୍ମରେ ଅଭିନୟ କରିଥିଲେ । ହେଲେ ଫିଲ୍ମ ରିଲିଜ୍‌ ହେବା ପରେ ଜଣାପଡ଼ିଲା, ତାଙ୍କ ସିନ୍‌ ହଟାଇ ଦିଆଯାଇଛି ।

ଅଭିନେତ୍ରୀ ଆନନ୍ଦୀ ଅଜୟ ଏକ ଭାବବିହ୍ୱଳ ଭିଡିଓ ସେୟାର କରିଛନ୍ତି। ଅସନ୍ତୋଷ ପ୍ରକାଶ କରି ଆନନ୍ଦୀ କହିଛନ୍ତି ଯେ, ସେ ପ୍ରାୟ ଗୋଟିଏ ବର୍ଷ ଧରି ଏହି ସିନେମା ପାଇଁ କାମ କରୁଥିଲେ। ସୁପରଷ୍ଟାର ବିଜୟଙ୍କ ସହ ସ୍କ୍ରିନ୍ ସେୟାର କରିବା ପାଇଁ ସେ ବହୁତ ଉତ୍ସାହିତ ଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ଦୃଶ୍ୟ ହଟାଇ ଦିଆଯିବାରୁ ସେ ମର୍ମାହତ। ଏହା ବିଜୟଙ୍କ ଶେଷ ଚଳଚ୍ଚିତ୍ର ବୋଲି କୁହାଯାଉଥିବାରୁ, ଆଗକୁ ତାଙ୍କ ସହ କାମ କରିବାର ଅନ୍ୟ କୌଣସି ସୁଯୋଗ ମିଳିବ ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଶଂସକଙ୍କ ସମର୍ଥନ
ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କୁ ସାନ୍ତ୍ୱନା ଓ ସମର୍ଥନ ଜଣାଇଛନ୍ତି । ନେଟିଜେନ୍ସ କହିଛନ୍ତି, ଆମେ ଆପଣଙ୍କ ମନର ଦୁଃଖ ବୁଝିପାରୁଛୁ। ନିଜକୁ ଦୃଢ଼ କରନ୍ତୁ, ଆମେ ସମସ୍ତେ ଆପଣଙ୍କ ସହ ଅଛୁ। ସବୁକିଛି ଭଲ ପାଇଁ ହିଁ ହୋଇଥାଏ, ଆଗକୁ କିଛି ବଡ଼ ସୁଯୋଗ ଆପଣଙ୍କ ପାଇଁ ଅପେକ୍ଷା କରିଛି। ଅନ୍ୟ ଜଣେ ଲେଖିଛନ୍ତି, ‘ଖୁବଶୀଘ୍ର ଆପଣଙ୍କୁ ଏକ ମୁଖ୍ୟ ଭୂମିକା ମିଳିବ। ସବୁବେଳେ ସକାରାତ୍ମକ ରୁହନ୍ତୁ।’

 
 
 
 
 
 
 
 
 
 
 
 
 
 
 

A post shared by Anandhi Ajay (@anandhi_offl)

ଆନନ୍ଦୀ ଅଜୟ କିଏ ?
ଆନନ୍ଦୀ ଅଜୟ ତାମିଲ ଟେଲିଭିଜନ ଜଗତର ଜଣେ ଜଣାଶୁଣା ଚେହେରା। 'କାର୍ତ୍ତିଗାଇ ପେଙ୍ଗାଲ', 'ୟମୁନା', 'କାନା କାଣୁମ କାଲାଙ୍ଗାଲ', ଏବଂ 'କଲ୍ଲିକାଟ୍ଟୁ ପଲ୍ଲିକୋଡମ୍' ଭଳି ଲୋକପ୍ରିୟ ଶୋ’ରେ ସେ ଅଭିନୟ କରିଛନ୍ତି।  ସେ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଯୋଗ ଗୁରୁ । 'ଡାନ୍ସ ଯୋଡ଼ି ଡାନ୍ସ ୩.୦', 'ଯୋଡ଼ି ନଂ. ୧' (ସିଜନ୍ ୬ ଓ ୭), ଏବଂ 'ମାନାଡା ମୟିଲାଡା' (ସିଜନ୍ ୭) ଭଳି ଡାନ୍ସ ରିଆଲିଟି ଶୋ’ରେ ସେ ନିଜର ନୃତ୍ୟ କଳା ପ୍ରଦର୍ଶନ କରିସାରିଛନ୍ତି ।