LIVE TV

ଭାରତ ଛାଡ଼ି ଡେନମାର୍କରେ ରହୁଛନ୍ତି କି ତାପସୀ ପନ୍ନୁ ? ଅଭିନେତ୍ରୀ କହିଲେ – ଭଲ ଭାବେ ଗବେଷଣା କରି ...

NEWS7
taapsee pannu

ମୁମ୍ୱାଇ - ତାପସୀ ପନ୍ନୁ ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯିଏକି ଯେକୌଣସି ଗୁଜବ ଉପରେ ଶୀଘ୍ର ପ୍ରତିକ୍ରିୟା ଦେଇଥାନ୍ତି। ମିତି ଏକ ଖବର ଆସିଥିଲା ଯେ, ତାପସୀ ପନ୍ନୁ ଭାରତ ଛାଡି ତାଙ୍କ ସ୍ୱାମୀଙ୍କ ସହ ବିଦେଶ ଚାଲି ଯାଇଛନ୍ତି। ଅଭିନେତ୍ରୀ ଏହି ଗୁଜବ ଉପରେ ନୀରବତା ଭାଙ୍ଗି, ଏମିତି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କୁ ବିରକ୍ତ ହୋଇଛନ୍ତି। ସେ ସେମାନଙ୍କୁ ଅଧିକ କିଛି ଗବେଷଣା କରି କହିବାକୁ ଅନୁରୋଧ କରିଛନ୍ତି।

ତାପସୀ ତାଙ୍କ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଲେଖୁଛନ୍ତି, ଏହା ଠାରୁ କମ୍ ମିଥ୍ୟା ଏବଂ କମ୍ ସମ୍ବେଦନଶୀଳ ଶୀର୍ଷକ ଆଉ କିଛି ହୋଇ ପାରେ କି ? ଶୀର୍ଷକ ଠିକ୍ ହେଉ କି ଭୁଲ, ସବୁଠାରୁ ଦ୍ରୁତତମ ପୋର୍ଟାଲ୍ ଆପଣଙ୍କ ପାଖରେ ପହଞ୍ଚିବ। ଧୀରେ ଧୀରେ କିଛି ଅନୁସନ୍ଧାନ କରନ୍ତୁ।"

ତାପସୀ ଆହୁରି କହିଛନ୍ତି, ସେ ମୁମ୍ୱାଇରେ ତାଙ୍କ ଘରେ ଅଛନ୍ତି। ସେ ଲେଖିଛନ୍ତି, "ମୁମ୍ବାଇ ସକାଳେ ଦୋସା ଖାଉଥିବା ବେଳେ ଏସବୁ ପଢୁଛି।

ବାସ୍ତବିକ କଥା ହେଲା, ହିନ୍ଦୁସ୍ତାନ ଟାଇମ୍ସ ସହିତ କ‌ଥାବାର୍ତ୍ତା ବେଳେ, ତାପସୀ ଡେନମାର୍କରେ ଲାଇଫ୍‌ କିପରି ହୋଇଥାଏ ତାହା ପ୍ରକାଶ କରିଥିଲେ। ସେ କହିଥିଲେ, ଭାରତରେ ଯାହା ସାଧାରଣ ଏବଂ ଡେନମାର୍କରେ ଯାହା ଅଜବ ଧରଣର,ତାହା ଏହା ଯେ, ମାଥିୟାଜ୍‌ (ତାପସୀଙ୍କ ସ୍ୱାମୀ)ଙ୍କ ପିତାମାତା ଆମ ସହିତ ରୁହନ୍ତି। ତାଙ୍କର ନିଜର ସ୍ପେସ୍‌ ଗ୍ରାଉଣ୍ଡ ଫ୍ଲୋର୍‌ରେ , ତାଙ୍କର ନିଜର ବେଡରୁମ୍‌, ଲିଭିଂ ରୁମ୍‌ , ଡାଇନିଂ ରୁମ୍‌ ଏରିଆ ଅଛି। ଡେନିସ୍ ସଂସ୍କୃତିରେ ବଡ଼ ପିଲାଙ୍କ ସହ ଏକାଠି ରହିବା ସାଧାରଣ ନୁହେଁ, ତେଣୁ ସେମାନଙ୍କୁ ଆମ ସହିତ ରହିବାକୁ ରାଜି କରାଇବାରେ ମୋତେ ବହୁତ ସମୟ ଲାଗିଥିଲା।

 ଯେତେବେଳେ ତାପସୀଙ୍କୁ ପଚରାଗଲା ଯେ , ସେ ଉଭୟ ଦେଶରେ ସବୁକିଛି କିପରି ପରିଚାଳନା କରନ୍ତି, ତାପସୀ କହିଥିଲେ, ଏହା ସବୁ କାମ ଉପରେ ନିର୍ଭର କରେ। ଭଲ କଥା ହେଉଛି ଯେ, ଅନେକ ସୁଟିଂ ଶୀତଦିନେ ଭାରତରେ ହୁଏ। ଗ୍ରୀଷ୍ମ ଏବଂ ବର୍ଷାରେ କମ୍‌ ସୁଟ୍‌ ହୋଇଥାଏ ତ ଗ୍ରୀଷ୍ମ ଋତୁରେ ଆମେ ଡେନମାର୍କରେ ରହିଥାଉ। ନଚେତ ଆମେ ଭାରତରେ ରହିଥାଉ