ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୧୦ରେ ଦିଲ୍ଲୀରେ ହୋଇଥିବା ବିରୋଧ ପ୍ରଦର୍ଶନ ମାମଲାକୁ ନେଇ ରବିବାର ଖୋଲିଲା ସୁପ୍ରିମକୋର୍ଟ। ଆନ୍ଦୋଳନ ସମୟରେ ଷ୍ଟେସନ, ଟ୍ରେନ ଏବଂ ରେଳ ସେବା ବନ୍ଦ କରି କୋର୍ଟଙ୍କ ଅବମାନନା ଏବଂ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଅଟକ ରଖିବା ସଂପର୍କିତ ମାମଲାରେ ଉପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି, ଅଦାଲତ ସର୍ବଦା ଦେଶ ସେବାରେ ରହିଛି। ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ଵାମୀଙ୍କ ଦ୍ଵାରା ଦାଖଲ ଯାଚିକା ଉପରେ ଏହି ଶୁଣାଣି ଚାଲିଛି।

ଜଷ୍ଟିସ ଜୟମାଲା ବାଗଚୀ ଏବଂ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, ପୋଲିସ ଅଧିକାରୀ, ଓକିଲ, ସାଧାରଣ ଲୋକଙ୍କ ଜୀବନ ଏବଂ ସ୍ଵାଧୀନତାର ସୁରକ୍ଷାକୁ ନେଇ ଏହା ଚିନ୍ତା କରିବା ଭଳି ବିଷୟ। ଜଷ୍ଟିସ ଜୟମାଲା ବାଗଚୀ କହିଛନ୍ତି, ଅଦାଲତ ପାଇଁ ବ୍ୟକ୍ତିଙ୍କ ପରିଚୟ ମହତ୍ଵ ରଖେ ନାହିଁ, ସେ ପୋଲିସ ଅଧିକାରୀ ହୁଅନ୍ତୁ କି ଓକିଲ କିମ୍ବା ସାଧାରଣ ନାଗରିକ।

Also read: ଦିଲ୍ଲୀରେ ବିପକ୍ଷ ନେତାଙ୍କ ସତର୍କତାମୂଳକ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ରବିବାର ଛୁଟିସତ୍ତ୍ୱେ ସ୍ପେଶାଲ ବେଞ୍ଚରେ ହେବ ଶୁଣାଣି

ଆଇନ ଶୃଙ୍ଖଳା ଉପରେ ପୋଲିସ ପାଖରେ ନାହିଁ ସ୍ଵତନ୍ତ୍ର ଅଧିକାର

ଜଷ୍ଟିସ ବାଗଚୀ କହିଛନ୍ତି, ଅଦାଲତ ଆନ୍ଦୋଳନ ସମୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଭଲ ଭାବେ ବୁଝିଛନ୍ତି ଏବଂ ସରକାରଙ୍କ ପକ୍ଷ ଶୁଣିବାକୁ ଚାହାନ୍ତି। କିନ୍ତୁ ଏହା ସ୍ପଷ୍ଟ ଯେ, ଆଇନ ଶୃଙ୍ଖଳା ବଜାୟ ରଖିବା ମାମଲାରେ ପୋଲିସ ପାଖରେ କୌଣସି ସ୍ଵତନ୍ତ୍ର ଅଧିକାର ନାହିଁ।

ଜଷ୍ଟିସ ଜୟମାଲା ବାଗଚୀ ଓ ଜଷ୍ଟିସ ଭି ମୋହତାଙ୍କ ଖଣ୍ଡପୀଠ ସାମ୍ନାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସଞ୍ଜୟ ହେଗଡ଼େ ହାଜର ହୋଇଛନ୍ତି। ସେ କହିଛନ୍ତି ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବାର ଅର୍ଥ ଓକିଲ ପର୍ଯ୍ୟନ୍ତ ପହଞ୍ଚିବା। ସେ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଯେ, ଶନିବାର ବିରୋଧ ପ୍ରଦର୍ଶନ ସମୟରେ ଓକିଲଙ୍କୁ ଥାନାରେ ନିଜର ମହକିଲଙ୍କୁ ଭେଟିବାରେ ମଧ୍ୟ ରୋକାଗଲା।