ନୂଆଦିଲ୍ଲୀ ୧୫।୦୮: ବଲିଉଡର ହିରୋ ନମ୍ବର ଓ୍ବାନ୍ ଭାବେ ଜଣାଶୁଣା ଗୋବିନ୍ଦା ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ନିଜର କ୍ୟାରିୟର ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଗଣମାଧ୍ୟମରେ ଶିରୋନାମା ପାଲଟୁଛନ୍ତି । ତାଙ୍କ ପତ୍ନୀ ସୁନୀତା ବିଭିନ୍ନ ସମୟରେ ସ୍ବାମୀଙ୍କ ସହ ଅନ୍ୟ ଅଭିନେତ୍ରୀଙ୍କ ଆଫେୟାର୍ସକୁ ନେଇ ବିଭିନ୍ନ କଥା କହିଛନ୍ତି । ଯାହାକୁ ନେଇ ଗଣମାଧ୍ୟମ ସାଙ୍ଗକୁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥାଏ । ଆଉ ଏବେ ଗୋବିନ୍ଦାଙ୍କ ଅଭିନୀତ ଫିଲ୍ମ ‘ରୂପା’ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି । ମାତ୍ର ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଫିଲ୍ମର ନାୟିକଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛି ।

ବଡ଼ ପରଦାରେ ‘ରୂପା’ ରିଲିଜ୍ ହେବା ପୂର୍ବରୁ ନିକଟରେ ଏୟାରପୋର୍ଟରେ ଫିଲ୍ମର ନାୟିକା ରାଣୀଙ୍କ ସହ ନଜର ଆସିଥିଲେ ଗୋବିନ୍ଦା । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଉଭୟ ଡେଟ୍ କରୁଥିବା ନେଇ ମଧ୍ୟ କେହି କେହି ଦାବି ଯାହାକୁ ନେଇ ପତ୍ନୀ ସୁନୀତା ମଧ୍ୟ ଉଠାଇଛନ୍ତି ପ୍ରଶ୍ନ । ସେ ସ୍ବମା ଗୋବିନ୍ଦାଙ୍କ ସହ ରାଣୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ରାଣୀଙ୍କୁ ନେଇ ସୁନୀତା କହିଛନ୍ତି କି, ତୁମେ ଜଣେ ଭଲ ଝିଅ । ଷ୍ଟାଇଲିସ୍ ହୋଇଥିବାବେଳେ ଭଲ ପୋଷାକ ପିନ୍ଧ । ଏହାସହ ଗୋବିନ୍ଦାଙ୍କୁ ନେଇ କହିଛନ୍ତି କି, ତାଙ୍କ ମୁଣ୍ଡ ଆଉ କାମ କରୁନି । ସେ ନିଜର ପ୍ରତିଷ୍ଠାକୁ ନଷ୍ଟ କରୁଛନ୍ତି । ତାଙ୍କୁ ଲାଜ ଲାଗିବା ଉଚିତ୍ । ନିଜ ଝିଅ ବୟସର ଝିଅ ସହ ବୁଲୁଛନ୍ତି । ଫିଲ୍ମ ରିଲିଜ୍ ପୂର୍ବରୁ ଏତେ ପ୍ରଚାର କାହିଁକି ବୋଲି କହିଛନ୍ତି ।

ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ଗୋବିନ୍ଦାଙ୍କ ବିଷୟରେ କିଛି କୁହନ୍ତି, ଲୋକମାନେ ତାଙ୍କୁ ଟ୍ରୋଲ୍ କରନ୍ତି। ଏବେ ଯେତେବେଳେ ସମସ୍ତେ ନିଜ ଆଖିରେ ସବୁ ଦେଖୁଛନ୍ତି, ଗୋବିନ୍ଦାଙ୍କ ପ୍ରଶଂସକମାନେ ହିଁ ଏହାର ଉତ୍ତର ଦେବା ଉଚିତ୍। ଗୋବିନ୍ଦା ଏବଂ ସୁନୀତାଙ୍କ ବୈବାହିକ ଜୀବନରେ ବିଗତ କିଛି ମାସ ହେବ ତିକ୍ତତା ଦେଖାଦେଇଛି। ରିଆଲିଟି ଶୋ' 'ଲକ୍ ଅପ୍'ରେ ସୁନୀତା ନିଜ ବ୍ୟକ୍ତିଗତ ଜୀବନ ଓ ଗୋବିନ୍ଦାଙ୍କ ଆଫେୟାର ଚର୍ଚ୍ଚା ବିଷୟରେ ଖୋଲାଖୋଲି କହିଥିଲେ। ଏସବୁ ସତ୍ତ୍ୱେ ଗୋବିନ୍ଦା ନିଜର ଆଗାମୀ ପ୍ରୋଜେକ୍ଟ 'ରୂପା' ଏବଂ 'ଦୁନିଆଦାରୀ' ପାଇଁ ପ୍ରସ୍ତୁତି ଚଳାଇଛନ୍ତି।