ପୁରୀ ୨୩।୭: ବାହୁଡ଼ା ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ । ସାଧାରଣତଃ ସୁନାବେଶରେ ୧୦ ଲକ୍ଷ ଭକ୍ତ ପୁରୀକୁ ଆସନ୍ତି ବୋଲି କହିଛନ୍ତି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ରଥଯାତ୍ରା ଓଭରଲ୍ ଇନ୍‌ଚାର୍ଜ ସୌମେନ୍ଦ୍ର ପ୍ରିୟଦର୍ଶୀ । ରଥଯାତ୍ରା ବାହୁଡ଼ା ଏବଂ ସମାବେଶକୁ ଦେଖି ଟ୍ରାଫିକ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏ ନେଇ ପ୍ରେସମିଟ୍ କରି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା ସୁନାବେଶ । ୧୦ ଲକ୍ଷ ଉପରେ ଲୋକ ସୁନାବେଶ ଦେଖିବାକୁ ଆସି । ତେଣୁ ପୋଲିସ ପାଇଁ ଟ୍ରାଫିକ ବଡ଼ ଚ୍ୟାଲେଞ୍ଜ । ଭୁବନେଶ୍ୱର, କଟକ, ବ୍ରହ୍ମପୁର ଭଳି ଜିଲ୍ଲାରୁ ସନ୍ଧ୍ୟାରେ ଅଧିକ ଲୋକଆସିବେ । ଯଦିଓ ପ୍ରାୟ ୮ ହଜାର ୫ ଶହ ଚାରି ଚକିଆ, ୩୦ ହଜାର ଦୁଇ ଚକିଆ, ବସ୍‌ ପାଇଁ ତିନୋଟି ପାର୍କିଂ କରାଯାଇଛି । ଦୟାକରି ଯେଉଁ ଉପଦେଶ ପୋଲିସ ଦ୍ୱାରା ଯାଉଛି ତାକୁ ମାନିବା ଉଚିତ୍ ।

Also Read:- ୨୪ ଘଣ୍ଟାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା, ଆହୁରି ସପ୍ତାହେ ମିଳିବନି ତ୍ରାହି

ଏସଏମଏସ ସହ ଏଲଇଡି, ଏଫଏମ ରେଡ଼ିଓ, ସୋସିଆଲ ମିଡିଆ ଏବଂ ଗଣମାଧ୍ୟମର ସହଯୋଗ ନିଆଯାଇଛି । ଯାହା ମାର୍ଗଦର୍ଶିକା ଦିଆଯାଇଛି ତାକୁ ମାନିବା ପାଇଁ ପୋଲିସର ଅନୁରୋଧ । ଉତ୍ତର ଛକ, ଲିଙ୍ଗିପୁର ଭଳି ସ୍ଥାନରେ ଏଲଇଡିରେ ସୂଚନା ଦେବ ପୋଲିସ । ବର୍ଷା ହେଲେ ଆମେ ରୋଡ ସାଇଡରେ ପାର୍କିଂ କରିବୁ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨୦ ପ୍ଲାଟୁନ ଟ୍ରାଫିକ ଫୋର୍ସ ମୁତୟନ ରହିବେ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।