ଭୁବନେଶ୍ବର ୧।୭: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବଡ଼ ଘୋଷଣା । ନୂଆ ବହି ଦେବେ ସରକାର । ଏବେ ସଂଶୋଧିତ ପୁସ୍ତକ ଜରିଆରେ ପିଲା ପାଠ ପଢିବେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ ତିରୁମାଲା ନାଏକ ।

Also Read:- ଖୋଲିବ କି ସୌମ୍ୟ ହତ୍ୟା ପଛର ଅସଲ ରହସ୍ୟ ? ରିମାଣ୍ଡରେ ତଥ୍ୟ ଓଗାଳିବେ ୩ ଅଭିଯୁକ୍ତ

ସଚିବ କହିଛନ୍ତି, ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପାଇଁ ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ମତାମତ ନିଆଯିବ । ଗଣଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ କରାଯିବ । ସମ୍ପୂର୍ଣ୍ଣ ସଂଶୋଧନ ପରେ ନୂଆ ବହି ଯୋଗାଇ ଦେବେ ସରକାର । ଯଥାଶୀଘ୍ର ନୂଆ ବହି ଯୋଗାଇଦେବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ପୁରୁଣା କମିଟି ସହ ନୂଆ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି । ବିଶେଷଜ୍ଞ ଏବଂ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ମଧ୍ୟ ସାମିଲ କରାଯାଇଛି ବୋଲି ସଚିବ ଏନ ତିରୁମାଲା ନାଏକ କହିଛନ୍ତି ।