କେରଳ ୦୭/୦୨: ସୀମା ଟପିଗଲା ବର୍ବରତା । ମାଲିକ ଦେଲେନି ଚାନ୍ଦା, କର୍ମଚାରୀଙ୍କ ଉପରେ ପଡିଲା ଚଡ଼କ । ସ୍ପା ଭିତରେରେ ପଶି ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ କଲେ ଆତତାୟୀ । ତେବେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ୬ ଅଭିଯୁକ୍ତଙ୍କର ମିଳୁନି ପତ୍ତା ।କେରଳର ପଠାଣମଥିଟ୍ଟା ଜିଲ୍ଲାର ଥିରୁଭାଲ୍ଲାରେ ନଜର ଆସିଛି ଏପରି ଅଭାବନୀୟ ଘଟଣା ।

ଘଟଣାଟି ଫେବୃଆରୀ ୧ ତାରିଖର । ମାଲିକ ଚାନ୍ଦା ଦେଲାନି ବୋଲି କର୍ମଚାରୀଙ୍କୁ କର୍ମଚାରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ୨୯ ବର୍ଷୀୟ ସୁବିନ ଆଲେକଜାଣ୍ଡାର ଓରଫ ମାରାନା ସୁବିନ । ସେହିଭଳି ଅନ୍ୟଜଣେ ଅଭିଯୁକ୍ତ କୁଟ୍ଟାପୁଝା ପାପିନିଭେଲି ଓରଫ ବର୍ଲିନ୍ ଦାସ ମୁପିରି । ଏହି ଦୁଇ ଅଭିଯୁଙ୍କୁ ଛାଡି ଅନ୍ୟମାନେ ଘଟଣାରେ ଫେରାର ଅଛନ୍ତି । 

ସୂଚନାଥାଉକି, ସୁବିନ ଓ ତାଙ୍କ ସହଯୋଗୀମାନେ ଟଙ୍କା ଦାବି କରି କିଛି ଦିନ ଧରି ସ୍ପାକୁ ଯାଇଥିଲେ। ଘଟଣା ଦିନ ସେମାନେ ୫୦,୦୦୦ ଟଙ୍କା ଦାବି କରିଥିଲେ । ହେଲେ ସ୍ପା ମାଲିକ, ତ୍ରିସୁରର ମୂଳ ବାସିନ୍ଦା, ଦେବାକୁ ମନା କରିଥିଲେ । ସେମାନେ ମହିଳା କର୍ମଚାରୀଙ୍କୁ ପାଖ କୋଠରୀକୁ ନେଇ ଏକ ସ୍ପାରେ ଥିବା ବେଡ୍ ଉପରେ ଠେଲି ଦେଇଥିଲେ । ଛୁରୀ ଦେଖାଇ ଧମକ ଦେବା ପରେ ଗଣଦୁଷ୍କର୍ମ କରିଥିଲେ।

ଏତିକିରେ ସରିନିଥିଲା ବର୍ବରତା । ଅଭିଯୁକ୍ତ ମାନେ ଏସବୁ କାର୍ଯ୍ୟର ଭିଡିଓ ବି କରିଥିଲେ । ମହିଳାଙ୍କୁ ଶାରୀରିକ ନିର୍ଯାତନା ବି ଦେଇଥିଲେ । ସ୍ପାକୁ ଆସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ସେମାନେ ସ୍ପାରୁ ୨,୫୦୦ ଟଙ୍କା ମଧ୍ୟ ନେଇଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ସୁବିନ ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ବିରୋଧରେ ତିରୁଭାଲ୍ଲା ପୋଲିସ ଷ୍ଟେସନରେ ହତ୍ୟା ଉଦ୍ୟମ, ଚୋରି, ଆକ୍ରମଣ ଓ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିବା ସମେତ ୧୧ଟି ମାମଲା ରୁଜୁ ହୋଇଛି ।

ତାଙ୍କୁ ପୂର୍ବରୁ କାପା (କେରଳ ସମାଜ ବିରୋଧୀ କାର୍ଯ୍ୟକଳାପ ନିବାରଣ) ଆଇନ ଅନୁଯାୟୀ ଅଟକ ରଖାଯାଇଥିଲା । କିନ୍ତୁ ସମ୍ପ୍ରତି ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।ଘଟଣା ପରେ, ପୋଲିସ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା । ସୁବିନ ସେମାନଙ୍କ ଉପରେ ଏକ କୁକୁର ଛାଡି ଦେଇଥିଲେ । ଯାହା ଫଳରେ ଏସଆଇ ଉନ୍ନିକୃଷ୍ଣନ ଓ ସିପିଓ ଅଭିଲାଷ ଆହତ ହୋଇଥିଲେ । ଯାହାଙ୍କୁ ଡାକ୍ତରୀ ଚିକିତ୍ସା ଆବଶ୍ୟକ ଥିଲା । ବର୍ଲିନ୍ ଦାସଙ୍କୁ ଏକ ଆକ୍ରମଣ ମାମଲାରେ ଅଭିଯୁକ୍ତ କରାଯାଇଥିଲା ।

ପ୍ରଥମେ ଅଭିଯୋଗ ଦାଖଲ କରିବାକୁ ମନା କରିଥିବା ପୀଡିତା ମଙ୍ଗଳବାର ପୋଲିସକୁ ତାଙ୍କ ବୟାନ ଦେଇଥିଲେ । ଯାହା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସୁବିନଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା, ଯେତେବେଳେ ବର୍ଲିନ୍ ଦାସଙ୍କୁ ବୁଧବାର ଗିରଫ କରାଯାଇଥିଲା । ଅଭିଯୋଗ ହୋଇଛି ଯେ ମାମଲାର ସମାଧାନ କରିବା ଏବଂ ପୀଡିତାଙ୍କୁ ବୟାନ ଦେବାରୁ ବାରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା । ସ୍ପାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ୍ ଲିକ୍ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।

also read..

ବିଜେପି କାଉନସିଲରଙ୍କ ତୃତୀୟ ପତ୍ନୀଙ୍କୁ ଛୁରି ଭୁସି ହତ୍ୟା, ସାବତ ପୁଅ ଗିରଫ