ଭୁବନେଶ୍ବର ୨୩।୧୨: ନୂଆ ଏନଏସି ଓ ମ୍ୟୁନିସିପାଲଟି ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଘୋଷଣା ହେଲା । ଡିସେମ୍ବର ୩୧ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ କିଛି ଏନଏସି ଆଉ ମ୍ୟୁନିସିପାଲଟି ଘୋଷଣା ହେବ । କଥା ଦେଇ କଥା ରଖିଲେ ସରକାର । ୨୮ଟି ଏନଏସି ହେବ ବୋଲି ଘୋଷଣା ହେଇଥିଲା । ୨୮ଟି ହିଁ ହେବ ।

ଏବେ ରାଜ୍ୟପାଳଙ୍କ ନିକଟରୁ ଯାହା ସ୍ୱୀକୃତିପ୍ରାପ୍ତ ହୋଇ ଆସିଲା, ସେସବୁ ଘୋଷଣା ହେଇଗଲା । ୪ଟି ମ୍ୟୁନିସିପାଲଟି ଏବେ ଘୋଷଣା ହେଲା । ଆଗକୁ ଅନ୍ୟ ସ୍ଥାନ ଗୁଡିକ ବି ଘୋଷଣା ହେବ । ଯେଉଁ ସ୍ଥାନକୁ ନେଇ ଅସୁବିଧା ଅଛି, ସେସବୁର ପୁନଃ ବିଚାର କରି ରାଜ୍ୟପାଳଙ୍କ ସ୍ୱୀକୃତି ମିଳିଲେ ଆଗକୁ ଘୋଷଣା ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।