ନୂଆଦିଲ୍ଲୀ: ଏଆଇ ଦେଶର ଅର୍ଥନୀତିରେ ସେତେଟା ପ୍ରଭାବ ପକାଉ ବା ନ ପକାଉ, ଏହାର ପ୍ରଭାବ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଲାଣି। ଭାରତୀୟ ଛାତ୍ରମାନେ ଦିନେ ୟେଉଁ କୋର୍ସର ଡିଗ୍ରୀ ନେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ସାରୁଥିଲେ, ଏବେ ସେହି ସ୍କୋରସବୁ ଏକ ପ୍ରକାର ବନ୍ଦ ହୋଇପାରେ।

ଦେଶରେ ଆଇଟି, ଆଇନ, କମର୍ସ, ଟ୍ରାନ୍ସଲେସନ, ଡିଜାଇନ ଓ ଲାଇବ୍ରେରୀ ସାଇନ୍ସ ଓ ଏମ୍ବିଏ ଭଳି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇଗଲାଣି। ଏଆଇ ଟୁଲ୍ସ ଏହି କ୍ଷେତ୍ରରରେ କାମଗୁଡ଼ିକୁ ଅତି ସହଜରେ କରିଦେଉଛି, ତେଣୁ ଏହାର ପରିସର ଏବେ ଛୋଟ ପଡ଼ିବାକୁ ଲାଗିଲାଣି।

କମ୍ପାନୀ ଖୋଜୁଛନ୍ତି ଏଆଇ ସ୍କିଲ୍

ଏଚଆର କମ୍ପାନୀ ଟିମ ଲିଜ (TeamLease) କହିଛି ଯେ ୪୦% କମ୍ପାନୀ "ହାଇବ୍ରିଡ୍ ସ୍କିଲ୍ସ" ଅର୍ଥାତ୍ ଡିଗ୍ରୀ ସହିତ AI ଜ୍ଞାନକୁ ବାଧ୍ୟତାମୂଳକ ବୋଲି ବିବେଚନା କରନ୍ତି।NASSCOMର ୨୦୨୪ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୮୨% BCA ଏବଂ MCA ସ୍ନାତକଙ୍କ ପାଖରେ AI ତାଲିମର ଅଭାବ ଅଛି। ସେହିପରି ବିଶ୍ୱ ଅର୍ଥନୈତିକ ଫୋରମ୍ ରିପୋର୍ଟ ଅନୁଯାୟୀ,ଯେଉଁମାନେ AI ଉପକରଣ ବ୍ୟବହାର କରି ଉତ୍ପାଦନକ୍ଷମତା ୪୦% ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ ସେମାନଙ୍କ ପାଖରେ ଚାକିରି ରହିବ। ତେଣୁ ଏସବୁ ଦେଖିଲେ ଲାଗୁଛି ଆଗକୁ ଭୟଙ୍କର ଚାକିରି ସମସ୍ୟା ସୃଷ୍ଟି ହେବ।

IBM ଇନଷ୍ଟିଚ୍ୟୁଟ୍ ଫର ବିଜନେସ୍ ଭାଲ୍ୟୁର ଏକ ରିପୋର୍ଟରେ କୁହାଯାଇଛି ଯେ AI ଲୋକଙ୍କସ୍ଥାନ ନେବ ନାହିଁ। କିନ୍ତୁ ଯେଉଁମାନେ AI ବ୍ୟବହାର କରନ୍ତି ସେମାନେ ବ୍ୟବହାର ନ କରୁଥିବା ଲୋକଙ୍କ ଚାକିରି ନେଇଯିବେ। "ଫ୍ୟୁଚର୍ ଅଫ୍ ଜବ୍ସ ରିପୋର୍ଟ୨୦୨୫" ଅନୁଯାୟୀ, ୨୦୩୦ ସୁଦ୍ଧା ୨୨% ଚାକିରି ପ୍ରଭାବିତ ହୋଇପାରେ।

କେଉଁ ପାଠ ପଢ଼ିବେ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

ସମୟର ଆବଶ୍ୟକତା ଦେଖି ସବୁବେଳେ ଆଗୁଆ ସତର୍କତା ଅବଲମ୍ବନ କରୁଥିବା ଚୀନ, ଏଆଇର ଆଗମନକୁ ଦେଖି ନିଜ ଶିକ୍ଷାରେ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛି। ୨୦୨୧ ଓ ୨୦୨୫ ମଧ୍ୟରେ ନିଜର ବିଶ୍ୱ ବିଦ୍ୟାଳୟରେ ୧୨,୨୦୦ରୁ ଅଧିକ ଅଣ୍ଡରଗ୍ରାଜୁଏଟ ପ୍ରୋଗ୍ରାମ ରଦ୍ଦ ବା ନିଲମ୍ବନ କରିଦେଇଛି। ଏବଂ ପାଖାପାଖି ୧୦,୨୦୦ ନୂଆ ଶିକ୍ଷା ଆରମ୍ଭ କରିଛି। ଗତ ୪ ବର୍ଷରେ ଚୀନ ନିଜ ବିଶ୍ୱ ବିଦ୍ୟାଳୟରେ ଏଭଳି ପରିବର୍ତ୍ତନ ଆଣିଛି। ଚୀନ ସରକାରଙ୍କର ଏହି କୋର୍ସ କାଟ ଭିତରେ କଳା ମାନବିକତା ସମ୍ପର୍କିତ କୋର୍ସ, ବିଦେଶୀ ଭାଷା ଆଦି ରହିଛି। କାରଣ ଚୀନ ସରକାର ସେମିକଣ୍ଡକ୍ଟର, ରୋବୋଟିକ୍ସ ଓ ଅନ୍ୟ ରଣନୈତିକ ଉଦ୍ୟୋଗ ପାଇଁ ପ୍ରତିଭା ତିଆରି କରିବାକୁବିଶ୍ୱ ବିଦ୍ୟାଳୟଗୁଡ଼ିକ ଉପରେ ଚାପ ପକାଉଛନ୍ତି।

ଭାରତରେ କର୍ଣ୍ଣାଟକ ସରକାର କିଛି ଚୀନ ଭଳି ନୀତି ଆପଣାଇଛନ୍ତି। କୋର୍ସଗୁଡ଼ିକରେ କମ୍ ନାମଲେଖା ଓ ଅନ୍ୟାନ୍ୟ ଆଳ ଦେଖାଇ ରାଜ୍ୟରେ ୧୩୦୦ କୋର୍ସ ସିଟ ହ୍ରାସ କରିଛନ୍ତି। ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ସରକାରୀ କଲେଜଗୁଡ଼ିକରେ ୪୫୮ ବିଏ, ବିଏସସି,ବିକମରେ କମ୍ବିନେସନକୁ ବନ୍ଦ କରି ଦେଇଛନ୍ତି କର୍ଣ୍ଣାଟକ ସରକାର।