ନୂଆଦିଲ୍ଲୀ ୧୦।୦୪; ଛତିଶଗଡରେ ଭୟଙ୍କର ସଡ଼କ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ସବୁକିଛି ଛାରଖାର ହୋଇଗଲା ୬ ଜୀବନ । ୩ ଜଣ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି । ଦୁର୍ଘଟଣାଟି ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଘଟିଛି । ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ଜୀବନ ଚାଲି ଯାଇଛି । ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ୍ ଅଧିକ୍ଷକ ନିଖିଲ ଅଶୋକ ରାଖେଚା କହିଛନ୍ତି ଯେ, ଗୁରୁବାର ରାତି ୧୧ଟାରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୟଙ୍କର ଦୁର୍ଘଟଣାରେ କାର୍ ସମ୍ପୂର୍ଣ୍ଣ ଭାଙ୍ଗି ଗୁଣ୍ଡ ଗୁଣ୍ଡ ହୋଇଛି । ନାଥିଆ ନବାଗାଁ ନିକଟରେ ଦୁର୍ଘଟଣା ଘଟିଛି । ଦୁଇଟି ଦ୍ରୁତ ଗତିରେ ଆସୁଥିବା କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏତେ ଜୋରରେ ଧକ୍କା ହୋଇଥିଲା ଯେ ୨ଟି ଯାକ ଗାଡି ଖଣ୍ଡ ଖଣ୍ଡ ହୋଇଯାଇଥିଲା ।

ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ରିପୋର୍ଟ ଆସିଛି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନାପାଇବା ମାତ୍ରେ କୋତୱାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ୍ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଆହତଙ୍କ ବୟାନ ଏବଂ ଅନ୍ୟାନ୍ୟ ପ୍ରମାଣ ଅଧାରରେ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି । ପୋ ଲିସ୍ ଏହି ମାମଲାରେ ବିସ୍ତୃତ ତଦନ୍ତ କରୁଛି ।

Also Read-ଭୟଙ୍କର ଯୁଦ୍ଧ ହେବ, ପଡିବ ପରମାଣୁ ବୋମା ! ଚାଇନା ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ପାଇଁ ଏବେ ସମସ୍ତେ ଛାନିଆ